Categories: ରାଜ୍ୟ

ଓଡ଼ିଶାରେ ଚାରି ପର୍ଯ୍ୟାୟରେ ହେବ ମତଦାନ, ନେତା ବାଛିବେ ୩.୩୨ କୋଟି ଭୋଟର

ଭୁବନେଶ୍ୱର,୧୬।୩: ଲୋକ ସଭା ଏବଂ ଓଡ଼ିଶା ସମେତ ଚାରି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ନିର୍ବାଚନ ଆୟୋଗ ତାରିଖ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି। ସମଗ୍ର ଭାରତରେ ସାତୋଟି ପର୍ଯ୍ୟାୟରେ ନିର୍ବାଚନ ହେଉଥିଲା ବେଳେ ଓଡ଼ିଶାରେ ବିଧାନସଭା ଏବଂ ୨୧ ଟି ଲୋକସଭା ଆସନ ପାଇଁ ଚାରୋଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ଯେଉଁଥିରେ ଓଡ଼ିଶାର ମୋଟ ୩.୩୨ କୋଟି ଭୋଟର ନିଜର ମତ ସାବ୍ୟସ୍ତ କରିବେ।

ଦକ୍ଷିଣ ଏବଂ ପଶ୍ଚିମ ଭାଗରେ ଚାରୋଟି ଲୋକସଭା ଆସନ ଯଥା, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଏବଂ ବ୍ରହ୍ମପୁର ପାଇଁ ମତଦାନ ହେବ। ସମାନ ସମୟରେ ଏହି ସଂସଦୀୟ କ୍ଷେତ୍ର ଅନ୍ତର୍ଗତରେ ୨୮ ଟି ବିଧାନସଭା ଆସନ ପାଇଁ ଚତୁର୍ଥ ପର୍ଯ୍ୟାୟରେ ମେ ୧୩ ରେ ଭୋଟ୍ ଗ୍ରହଣ ହେବ। ସେହିପରି ମେ ୨୦ ରେ ପରବର୍ତ୍ତୀ ପର୍ଯ୍ୟାୟରେ ପଶ୍ଚିମ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ପାଞ୍ଚଟି ଲୋକସଭା ଆସନ ଯଥା ବରଗଡ, ସୁନ୍ଦରଗଡ, ବଲାଙ୍ଗୀର, କନ୍ଧମାଳ ଏବଂ ଆସ୍କା ତତ ସହିତ ୩୫ ଟି ବିଧାନସଭା ନିର୍ବାଚନମଣ୍ଡଳୀ ଓଡିଶାରେ ଭୋଟ୍ ଗ୍ରହଣ ହେବ।

ସେହିଭଳି ୬ଟି ଲୋକସଭା ଆସନ ପ୍ରତ୍ୟେକ ଏବଂ ୪୨ ଟି ବିଧାନସଭା ଆସନ ପାଇଁ ମେ ୨୫ ଏବଂ ଜୁନ୍ ୧ ରେ ଷଷ୍ଠ ଏବଂ ସପ୍ତମ ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ। ଷଷ୍ଠ ପର୍ଯ୍ୟାୟରେ ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ଭୁବନେଶ୍ୱରରେ ମତଦାନ ଅନୁଷ୍ଠିତ ହେବ ଏବଂ ସପ୍ତମ ପର୍ଯ୍ୟାୟରେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା ଏବଂ ଜଗତସିଂହପୁର ଭଳି ଉତ୍ତର ଏବଂ ଉପକୂଳ ଅଞ୍ଚଳରେ ମତଦାନ ହେବ। ଭୋଟ୍ ଗଣନା ଜୁନ୍ ୪ ରେ ଅନୁଷ୍ଠିତ ହେବ।

ଏହି ନିର୍ବାଚନରେ ଓଡ଼ିଶାରେ ୧.୬୮ କୋଟି ପୁରୁଷ, ୧.୬୪ କୋଟି ମହିଳା ଏବଂ ୩,୩୮୦ ତୃତୀୟ ଲିଙ୍ଗ ସମେତ ମୋଟ ୩.୩୨ କୋଟି ଭୋଟର ସେମାନଙ୍କର ମତଦାନ ସାବ୍ୟସ୍ତ କାରବେ। ରାଜ୍ୟରେ ୧୦୦ ବର୍ଷରୁ ଅଧିକ ୯,୦୬୦ ଭୋଟର ଥିବାବେଳେ ୭.୫୪ ଲକ୍ଷ ନୂତନ ଭୋଟର ପ୍ରଥମ ଥର ପାଇଁ ଭୋଟ୍ ଦେବେ।

ଗ୍ରାମାଞ୍ଚଳରେ ୩୩,୪୬୯ ସମେତ ୩୭,୮୦୯ ମତଦାନ କେନ୍ଦ୍ର ମଧ୍ୟରୁ ନିର୍ବାଚନ ଆୟୋଗ ୨୨,୬୮୫ ବୁଥରେ ୱେବ୍ ପ୍ରସାରଣ ପାଇଁ ଯୋଜନା କରିଛି। ୩୦୦ ରୁ ଅଧିକ ବୁଥ୍ ଭିନ୍ନକ୍ଷମଙ୍କ ଦ୍ୱାରା ପରିଚାଳିତ ହେବ ଏବଂ ୪୦୦୦ ବୁଥ୍ ମହିଳାମାନଙ୍କ ଦ୍ୱାରା ପରିଚାଳିତ ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ସରକାରୀ ସୂତ୍ରରୁ ଜଣା ପଡିଛି। ୨୦୧୯ ରେ ମଧ୍ୟ ଓଡ଼ିଶାରେ ଚାରିଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହୋଇଥିବାବେଳେ ୭୩.୨୯% ଭୋଟର ମତଦାନ କରିଥିଲେ।

 

Share