ଆମେରିକାରେ ମତଦାନ ଶେଷ: ଆଜି ଫଳାଫଳ

ଓ୍ବାଶିଂଟନ୍‌, ୬ା୧୧: ଆମେରିକାର ୪୭ତମ ରାଷ୍ଟ୍ରପତି ନିର୍ବାଚନ ପାଇଁ ମଙ୍ଗଳବାର ମତଦାନ ଅନୁଷ୍ଠିତ ହୋଇଯାଇଛି। ବୁଥ୍‌ଗୁଡ଼ିକରେ ଭୋଟରମାନଙ୍କ ଧାଡ଼ି ଦେଖିବାକୁ ମିଳିଥିଲା। ପୂର୍ବରୁ ୮୨ ନିୟୁତରୁ ଊର୍ଦ୍ଧ୍ୱ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିସାରିଥିବାବେଳେ ମଙ୍ଗଳବାର ୨୪୪ ନିୟୁତ ଆମେରିକୀୟ ମତଦାନ କରିଛନ୍ତି। ବୁଧବାର ଭୋଟଗଣତି ପରେ ଫଳାଫଳ ପ୍ରକାଶ ପାଇବ। ରିପବ୍ଲିକାନ୍‌ ପ୍ରାର୍ଥୀ ତଥା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏବଂ ଡେମୋକ୍ରାଟିକ୍‌ ପ୍ରାର୍ଥୀ ତଥା ବର୍ତ୍ତମାନର ଉପରାଷ୍ଟ୍ରପତି କମଲା ହାରିସ୍‌ଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଥିବାରୁ ଫଳାଫଳ ଉପରେ ସାରା ବିଶ୍ୱର ନଜର ରହିଛି।
ବିଭିନ୍ନ ରାଜ୍ୟରେ ମତଦାନ ଆରମ୍ଭ ସମୟ ଭିନ୍ନ ଭିନ୍ନ ରହିଥିଲା। ସାଧାରଣ ଭାବେ ମତଦାନ ସ୍ଥାନୀୟ ସମୟ ସକାଳ ୬ରୁ ଆରମ୍ଭ ହୋଇ ରାତି ୮ଟା ପର୍ଯ୍ୟନ୍ତ ଚାଲିଥିଲା। ଭାରତୀୟ ସମୟ ଅନୁଯାୟୀ ମଙ୍ଗଳବାର ଅପରାହ୍ନ ୪ଟା ୩୦ରୁ ଭୋଟଗ୍ରହଣ ଆରମ୍ଭ ହୋଇ ବୁଧବାର ସକାଳ ୬ରେ ଶେଷ ହେବ। ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ନେବାକୁ ଥିବା ୭ ଝୁଲା ରାଜ୍ୟ ପେନ୍‌ସିଲଭାନିଆ, ନେଭଡା, ନର୍ଥ କରୋଲିନା, ଜର୍ଜିଆ, ଆରିଜୋନା, ମିଚିଗାନ ଏବଂ ଓ୍ବିସ୍‌କନ୍‌ସିନ୍‌ ଉପରେ ସମସ୍ତଙ୍କ ନଜର ରହିଛି।
ଏଥର ନିର୍ବାଚନ ପ୍ରଚାର ସବୁଠୁ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ଥିଲା। ସୋମବାର ରାତିରେ ରିପବ୍ଲିକାନ୍‌ ପ୍ରାର୍ଥୀ ଟ୍ରମ୍ପ୍‌ ଏବଂ ଡେମୋକ୍ରାଟ୍‌ ପ୍ରାର୍ଥୀ ହାରିସ୍‌ ପ୍ରଚାର କରିଥିଲେ। ଡେମୋକ୍ରାଟିକ୍‌ ପ୍ରାର୍ଥୀଙ୍କୁ ସାମାନ୍ୟ ଅଧିକ ଭୋଟ ମିଳିପାରେ ବୋଲି କେତେକ ଗଣମାଧ୍ୟମ ପୂର୍ବାନୁମାନ କରିଛନ୍ତି। ହାରିସ୍‌ ବିଜୟୀ ହେଲେ ସେ ପ୍ରଥମ ଅଣଶ୍ୱେତାଙ୍କ ମହିଳା ତଥା ଏସୀୟ-ଆମେରିକୀୟ ଭାବେ ରାଷ୍ଟ୍ରର ନେତୃତ୍ୱ ନେବେ। ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପ୍‌ ଗଣତନ୍ତ୍ର ପ୍ରତି ବିପଦ ବୋଲି ସେ କହିଛନ୍ତି। ପ୍ରଜନନ ଅଧିକାରର ସୁରକ୍ଷା ଏବଂ ଗୃହନିର୍ମାଣ ଓ ସ୍ବାସ୍ଥ୍ୟସେବା ଖର୍ଚ୍ଚ ହ୍ରାସ କରିବା ନେଇ ହାରିସ୍‌ ତାଙ୍କ ପ୍ରତିଶ୍ରୁତି ଉପରେ ଗୁରୁତ୍ୱାରୋପ କରିଛନ୍ତି। ଅନ୍ୟପକ୍ଷରେ ପୁନର୍ବାର କ୍ଷମତାକୁ ଫେରିବା ପାଇଁ ଟ୍ରମ୍ପ୍‌ ଲକ୍ଷ୍ୟ ରଖିଛନ୍ତି। ତାଙ୍କ ଅର୍ଥନୈତିକ ନେତୃତ୍ୱ ପ୍ରତି ଆମେରିକୀୟଙ୍କ ସମର୍ଥନ ଥିବାରୁ ଏହାକୁ ସେ ଭୋଟରେ ପରିଣତ କରିବାକୁ ଉଦ୍ୟମ ଚଳାଇ ଆସିଛନ୍ତି। ଏହା ବ୍ୟତୀତ ଆମେରିକାରେ ବେଆଇନ ପ୍ରବେଶ ଉପରେ ସେ କଠୋର ଆଭିମୁଖ୍ୟ ରଖିଛନ୍ତି। ପ୍ରଚାର ବେଳେ ଟ୍ରମ୍ପ୍‌ ୨ ଥର ଆକ୍ରମଣର ସମ୍ମୁଖୀନ ହୋଇଥିଲେ। ଟ୍ରମ୍ପ୍‌ ବିଜୟୀ ହେଲେ ଗୁରୁତର ଅପରାଧରେ ଅଭିଯୁକ୍ତ ତଥା ଦୋଷୀସାବ୍ୟସ୍ତ ପ୍ରଥମ ରାଷ୍ଟ୍ରପତି ହେବେ। ସେ କ୍ଷମତାକୁ ଆସିଲେ ତାଙ୍କ ବିରୋଧରେ ରହିଥିବା ଅନ୍ୟାନ୍ୟ ସଂଘୀୟ ତଦନ୍ତକୁ ବନ୍ଦ କରିଦେବେ। ସେହିପରି ହ୍ବାଇଟ୍‌ ହାଉସ୍‌କୁ ଅଣକ୍ରମାଗତ ଭାବେ ବିଜୟୀ ହେବାରେ ସେ ଆମେରିକା ଇତିହାସରେ ଦ୍ୱିତୀୟ ରାଷ୍ଟ୍ରପତି ହେବେ।


Enter your email to get our daily news in your inbox.

All Right Reserved By Dharitri.Com

‘ଶ୍ରେଷ୍ଠତା ପଦ ଦ୍ୱାରା ନୁହେଁ ଆଚରଣ ଦ୍ୱାରା ପ୍ରତିଷ୍ଠିତ ହୋଇଥାଏ’,‘ସଦୈବ ଅଟଳ’ରେ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୋଦି

ନୂଆଦିଲ୍ଲୀ,୨୫।୧୨: ଗୁରୁବାର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୧୦୧ତମ ଜନ୍ମବାର୍ଷିକୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ସଦୈବ ଅଟଳ ସ୍ମାରକ ପରିଦର୍ଶନ...

ବାଂଲାଦେଶ ପହଞ୍ଚିଲେ ତାରିକ ରହମାନ, ୟୁନୁସଙ୍କୁ ଲାଗିଲା ବଡ଼ ଝଟକା

ଢାକା,୨୫।୧୨: ଭାରତର ପଡ଼ୋଶୀ ଦେଶ ବାଂଲାଦେଶରେ ଚାଲିଥିବା ଅଶାନ୍ତି ମଧ୍ୟରେ, ଅନ୍ତରୀଣ ସରକାରକୁ ଏକ ବଡ଼ ଝଟକା ଲାଗିଛି। ଅନ୍ତରୀଣ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ...

ଦକ୍ଷ ଅଫିସର ପାଇବେ ବଡ଼ ବିଭାଗ, ଆହୁଜାଙ୍କୁ ନୂଆ ଦାୟିତ୍ୱ ମିଳିବ ନା ନାହିଁ ଚର୍ଚ୍ଚାରେ

ଭୁବନେଶ୍ୱର, ୨୫।୧୨(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ଉନ୍ନୟନ କମିଶନର ତଥା ୧୯୯୧ ବ୍ୟାଚ୍‌ ଆଇଏଏସ୍‌ ଅଫିସର୍‌ ଅନୁ ଗର୍ଗଙ୍କୁ ବୁଧବାର ଓଡ଼ିଶାର  ନୂଆ ମୁଖ୍ୟ ଶାସନ...

ଆମେରିକାରେ ବେଆଇନ ଅନୁପ୍ରବେଶ: ୩୦ ଭାରତୀୟ ଗିରଫ

ନ୍ୟୁୟର୍କ,୨୫ା୧୨: ଆମେରିକାରେ ବେଆଇନ ଭାବେ ଅନୁପ୍ରବେଶ କରିବା ଅଭିଯୋଗରେ ସେଠାକାର ସୀମା ପାଟ୍ରୋଲ ଏଜେଣ୍ଟମାନେ ୩୦ ଭାରତୀୟ ନାଗରିକଙ୍କୁ ଗିରଫ କରିଛନ୍ତି। ଗିରଫ ଭାରତୀୟମାନେ କମର୍ସିଆଲ...

ବିଦ୍ୟୁତ୍‌ ଉପଭୋକ୍ତାଙ୍କ ପାଇଁ ବଡ଼ ଖବର, ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ବିଦ୍ୟୁତ୍‌ ଉପଭୋକ୍ତାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବୁଧବାର ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ସହ...

ଅନୁ ଗର୍ଗ ହେଲେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ, ନୂଆବର୍ଷରେ ନେବେ ଦାୟିତ୍ବ

ଭୁବନେଶ୍ବର,୨୪।୧୨: ଅନୁ ଗର୍ଗ ହେଲେ ନୂଆ ମୁଖ୍ୟ ଶାସନ ସଚିବ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟର...

ଚାନ୍ଦବାଲି ଲଜ୍ଜା: ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪।୧୨: ଭଦ୍ରକ ଜିଲା ଚାନ୍ଦବାଲିରେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା ବର୍ତ୍ତମାନ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏନେଇ ଉତ୍ତେଜନା ଦେଖାଯାଇଥିବା...

‘ନିର୍ବାଚନ ଅଟକାଇବା ପାଇଁ କରାଯାଇଛି ହତ୍ୟା’, ୟୁନୁସ ସରକାରଙ୍କ ଉପରେ ଗୁରୁତର ଅଭିଯୋଗ ଆଣିଲେ ହାଦିଙ୍କ ଭାଇ

ଢାକା,୨୪।୧୨: ଛାତ୍ର ନେତା ସରିଫ ଓସମାନ ହାଦିଙ୍କ ହତ୍ୟା ପରେ ବାଂଲାଦେଶରେ ରାଜନୈତିକ ଉତ୍ତେଜନା ବୃଦ୍ଧି ପାଇଛି। ଢାକାରେ ହାଦିଙ୍କ ମୁଣ୍ଡରେ ଗୁଳି ମାଡ଼ ହୋଇଥିଲା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri