ପ୍ରଦୂଷିତ ବାୟୁମଣ୍ଡଳ ଓ କିଡ୍‌ନୀ ଫେଲ୍ୟୁୟର

ଆମ ଶରୀରର ପ୍ରମୁଖ ଅଙ୍ଗ ମଧ୍ୟରୁ କିଡ୍‌ନୀ ଅନ୍ୟତମ। ହେଲେ କେତେକ କାରଣରୁ ଏହା ଯେତେବେଳେ ପ୍ରଭାବିତ ହୁଏ ସେତେବେଳେ ଆମକୁ ଗୁରୁତର ସ୍ବାସ୍ଥ୍ୟଜନିତ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଏହି ରୋଗ ଜଟିଳ ସ୍ଥିିତିରେ ଥିଲେ ଚିକିତ୍ସା ତ ବ୍ୟୟସାପେକ୍ଷ, ତଥାପି ଏଥିଯୋଗୁ ମୃତ୍ୟୁର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ। ତେବେ ଏହାର କାରଣ ତାଲିକାରେ ନିକଟରେ ଆଉ ଏକ କଥାକୁ ଯୋଡ଼ାଯାଇଛି। କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ଏକ ସଦ୍ୟତମ ଗବେଷଣାରୁ ଜାଣିପାରିଛନ୍ତି ଯେ, ଅଧିକାଂଶ ସମୟ ପ୍ରଦୂଷିତ ବାୟୁ ସଂସ୍ପର୍ଶରେ ଆସିଲେ କିଡ୍‌ନୀ ଫେଲ୍ୟୁୟର ପରି ସମସ୍ୟାର ସମ୍ମୁଖୀନ ହେବାର ଯଥେଷ୍ଟ ଆଶଙ୍କା ରହିଛି। ଅଧିକ ସମୟ ଏପରି ବାୟୁ ସଂସ୍ପର୍ଶରେ ଆସୁଥିବା କେତେକ ବ୍ୟକ୍ତିଙ୍କଠାରେ ସେମାନେ କିଡ୍‌ନୀ ଫେଲ୍ୟୁୟରର ଲକ୍ଷଣ ଦେଖିବାକୁ ପାଇଥିଲେ।