ବ୍ରିଟେନରେ ଆଠ ଜଣରେ ଜଣଙ୍କର ମୃତ୍ୟୁ ପ୍ରଦୂଷଣ ଯୋଗୁ ହେଉଛି!

କୋପନହେଗାନ,୧୦ ।୯: ଏକ ଗବେଷଣାରୁ ଜଣାପଡିଛି କି ୟୁରୋପରେ ପ୍ରତି ୮ ଜଣଙ୍କ ମଧ୍ୟରେ ଜଣଙ୍କର ମୃତ୍ୟୁ ପ୍ରଦୂଷଣ ଯୋଗୁ ହେଉଛି । ୟୁରୋପ ସଂଘର ୨୭ ଦେଶ ଓ ବ୍ରିଟେନକୁ ମିଶାଇ ୨୦୧୨ର ଏକ ଗବେଷଣା କହୁଛି ୬.୩୦ ଲୋକଙ୍କ ମୃତ୍ୟୁ ପ୍ରଦୂଷଣ ଉପରେ ନିର୍ଭର କରୁଛି । ବିଶେଷ ଭାବେ ବରିଷ୍ଠ ନାଗରିକ ଓ ଶିଶୁଙ୍କ ଉପରେ ପ୍ରଦୂଷଣର ପ୍ରଭାବ ଅଧିକ ମାତ୍ରାରେ ପଡୁଛି । ତେବେ ପ୍ରଦୂଷଣ ଯୋଗୁ କ୍ୟାନସର ଓ ହୃଦରୋଗ ସମସ୍ୟା ଅଧିକ ଦେଖାଯାଉଥିବା ଗବେଷକମାନେ କହିଛନ୍ତି । କୋପନହେଗାନ ସ୍ଥିତ ଏକ ଗବେଷଣାସଂସ୍ଥା ଇଇଏର ସୂଚନା ଅନୁଯାୟୀ, ୟୁରୋପରେ ବାୟୁ ପ୍ରଦୂଷଣ କାରଣରୁ ପ୍ରତିବର୍ଷ ୪ ଲକ୍ଷ ଲୋକଙ୍କ ମୃତ୍ୟୁ ହେଉଛି । ବିଶେଷ କରି ନିଶ୍ୱାସ ପ୍ରଶ୍ୱାସରେ ଏହାର ପ୍ରଭାବ ଶ୍ୱାସ ଭଳି ସମସ୍ୟା ସୃଷ୍ଟି କରୁଛି । ଏହା ବ୍ୟତୀତ ଡାଇବେଟିସ, ଫୁସ୍‌ଫୁସ୍ ସମସ୍ୟା ଓ କ୍ୟାନସର ମଧ୍ୟ ବାୟୁ ପ୍ରଦୂଷଣର ଆଉ ଏକ କାରଣ ବୋଲି ବିଶେଷଜ୍ଞମାନେ କହୁଛନ୍ତି । ଏହାସହ ୟୁରୋପରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଶବ୍ଦ ପ୍ରଦୂଷଣର ସମୟ କାଟୁଥିବା ଲୋକଙ୍କ ମଧ୍ୟରୁ ପ୍ରତିବର୍ଷ ପାଖାପାଖି ୧୨ ହଜାର ଲୋକଙ୍କର ସମୟ ପୂର୍ବରୁ ମୃତ୍ୟୁ ହେଉଛି ବୋଲି କୁହାଯାଉଛି ।

Share