Posted inଜାତୀୟ

ଶିଶୁ ସ୍ବାସ୍ଥ୍ୟ, ଶିକ୍ଷାକୁ ପ୍ରଭାବିତ କରୁଛି ପ୍ରଦୂଷଣ, ଗ୍ରୀଷ୍ମଲହର

ନୂଆଦିଲ୍ଲୀ,୨୫।୧: ଗ୍ରୀଷ୍ମ ଲହର ଏବଂ ବାୟୁ ପ୍ରଦୂଷଣ ଭଳି ପରିବେଶ ସମସ୍ୟା ଯୋଗୁ ଭାରତରେ ଶିଶୁମାନେ ଉଲ୍ଲେଖନୀୟ ଆହ୍ବାନର ସମ୍ମୁଖୀନ ହେଉଛନ୍ତି। ଏହା ପିଲାମାନଙ୍କ ସ୍ବାସ୍ଥ୍ୟ ଓ ଶିକ୍ଷା ଉପରେ ପ୍ରତିକୂଳ ପ୍ରଭାବ ପକାଉଥିବା ୟୁନିସେଫ୍‌ ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି। ଉକ୍ତ ରିପୋର୍ଟ ଅନୁଯାୟୀ କେବଳ ୨୦୨୪ରେ ଭାରତରେ ୫.୪୮ କୋଟି ପିଲା ଗ୍ରୀଷ୍ମଲହର ଦ୍ୱାରା ପ୍ରଭାବିତ ହୋଇଛନ୍ତି। ଅତ୍ୟଧିକ ଉତ୍ତପ୍ତ ଦିନ ସାଙ୍ଗକୁ ବନ୍ୟା, ଭୂସ୍ଖଳନ, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ କେବଳ ପିଲାଙ୍କ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହେଉଛି ତାହା ନୁହେଁ, ଏହା ସେମାନଙ୍କ ଶିକ୍ଷାଗ୍ରହଣରେ ମଧ୍ୟ ବାଧା ସୃଷ୍ଟି କରୁଛି।
ୟୁନିସେଫ୍‌ ଶିଶୁ ଜଳବାୟୁ ବିପଦ ସୂଚକାଙ୍କରେ ୧୬୩ ଦେଶ ମଧ୍ୟରେ ଭାରତ ୨୬ତମ ର଼୍ୟାଙ୍କ୍‌ରେ ରହିଛି, ଯାହାକି ଜଳବାୟୁ ପରିବର୍ତ୍ତନର ପ୍ରଭାବ ପ୍ରତି ଅତ୍ୟନ୍ତ ବିପଜ୍ଜନକ ସ୍ଥିତି। ଦେଶରେ ହିଟ୍‌ଓ୍ବେଭ୍‌ ଏବଂ ପ୍ରାକୃତିକ ବିପର୍ଯ୍ୟୟ କ୍ରମାଗତ ଭାବେ ବଢ଼ିଚାଲିଛି। ଫଳରେ ପିଲାମାନେ ନିରାପଦ ଏବଂ ଅନୁକୂଳ ଶୈକ୍ଷିକ ପରିବେଶ ପାଇବା କଷ୍ଟକର ହୋଇପଡ଼ିଛି। ଗ୍ରୀଷ୍ମଲହର ଏବଂ ପ୍ରଦୂଷଣ ସେମାନଙ୍କ ସ୍ବାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିବା ସହ ରୋଗାକ୍ରାନ୍ତ କରାଉଛି ଓ ପାଠପଢ଼ାରେ ବ୍ୟାଘାତ ଘଟାଉଛି। ଜାତୀୟ ପାଠ୍ୟକ୍ରମରେ ଜଳବାୟୁ ପରିବର୍ତ୍ତନ ଶିକ୍ଷାକୁ ସାମିଲ କରିବା ପାଇଁ ୟୁନିସେଫ୍‌ ଭାରତ ସରକାରଙ୍କ ସହ ଏକାଠି କାର୍ଯ୍ୟ କରିଆସୁଛନ୍ତି। ପିଲାଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବା ସହ ସେମାନଙ୍କୁ ଜଳବାୟୁ ପରିବର୍ତ୍ତନ ସହ ଖାପଖୁଆଇବା ଦିଗରେ ପ୍ରସ୍ତୁତ କରାଇବ ଏହାର ଲକ୍ଷ୍ୟ। ଜାତିସଂଘ ଶିଶୁ ପାଣ୍ଠି ବା ୟୁନିସେଫ୍‌ ସାରା ବିଶ୍ୱର ପିଲାମାନଙ୍କ ଜୀବନଧାରଣ ମାନ ଉନ୍ନତ କରିବା ଦିଗରେ କାର୍ଯ୍ୟ କରିଥାଏ। ଏହାର ଜାତୀୟ ପାଠ୍ୟକ୍ରମ କାର୍ଯ୍ୟଯୋଜନାରେ ଜଳବାୟୁ ପରିବର୍ତ୍ତନ ଶିକ୍ଷାକୁ ସାମିଲ କରାଯାଇଛି। ୧୨ ରାଜ୍ୟରେ ବିସ୍ତୃତ ବିଦ୍ୟାଳୟ ନିରାପତ୍ତା କାର୍ଯ୍ୟକ୍ରମ (ସିଏସ୍‌ଏସ୍‌ପି) କାର୍ଯ୍ୟକାରୀ କରାଇବାରେ ଏହା ସରକାରଙ୍କୁ ସହଯୋଗ କରୁଛି। ୨୦୨୪ରେ ଏହି କାର୍ଯ୍ୟକ୍ରମ ଜରିଆରେ ୧,୨୧,୦୦୦ ଶିକ୍ଷକଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ସରକାରଙ୍କ ପ୍ରାଣମୁର୍ଚ୍ଛା ଉଦ୍ୟମ, ପ୍ରଦୂଷଣ ରୋକିବାକୁ ‘ତନ୍ଦୁର’ ଉପରେ ଲାଗିଲା ବ୍ୟାନ

ନୂଆଦିଲ୍ଲୀ,୧୬।୧୨: ଦିଲ୍ଲୀରେ ବାୟୁ ପ୍ରଦୂଷଣ ସଙ୍କଟଜନକ ସ୍ତରରେ ପହଞ୍ଚିବା ପରେ ରାଜ୍ୟ ସରକାର ଅଧିକ କଡ଼ା କଟକଣା ଲାଗୁ କରିଛନ୍ତି। ରୁଟି ଏବଂ ଅନ୍ୟାନ୍ୟ ଖାଦ୍ୟ...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ

ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...

୧ ଲକ୍ଷ ଟଙ୍କାର ଋଣ ୭୪ ଲକ୍ଷରେ ପହଞ୍ଚିଲା: ପରିଶୋଧ କରିବାକୁ କିଡନୀ ବିକ୍ରି କଲେ ଚାଷୀ

ଭୁବନେଶ୍ୱର,୧୬।୧୨: ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲାର ଜଣେ ଚାଷୀଙ୍କୁ ବେଆଇନ ମହାଜନମାନଙ୍କଠାରୁ ନେଇଥିବା ୧ ଲକ୍ଷ ଟଙ୍କାର ଋଣ ଶେଷରେ ଦିନକୁ ୧୦,୦୦୦ ଟଙ୍କା ସୁଧ ସହିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri