ଓଡ଼ିଶାରେ ପ୍ରଦୂଷଣ

ଦୀପାବଳି ଓ ଅମଳ ଋତୁ ଆସିଲେ ବାୟୁ ପ୍ରଦୂଷଣକୁ ନେଇ ଦିଲ୍ଲୀବାସୀଙ୍କ ଚିନ୍ତା ବଢ଼ିଯାଏ। ଦେଶବ୍ୟାପୀ ଏହା ଉପରେ ଆଲୋଚନା ଚାଲେ। ଖୁଣ୍ଟା ପୋଡ଼ି ଯୋଗୁ ଏହା ଘଟୁଛି ବୋଲି କୃଷକଙ୍କ ଉପରେ ଦୋଷ ଲଦି ଦିଆଯାଏ। ଦିଲ୍ଲୀର ସେହି ପ୍ରଦୂଷଣ ଭୟ ଆମ ଘରେ ପହଞ୍ଚତ୍ଗଲାଣି। ୮ ଜାନୁଆରୀରେ ଭାରତର ସବୁଠୁ ପ୍ରଦୂଷିତ ୧୬ଟି ସହର ମଧ୍ୟରେ ଓଡ଼ିଶାର ୬ଟି ଥିଲା ବୋଲି ଭାରତୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦର୍ଶାଇଥିଲା। ଉଦ୍‌ବେଗଜନକ ବିଷୟ ହେଉଛି, ଅନୁଗୋଳ ସହରର ଏୟାର କ୍ୱାଲିଟି ଇଣ୍ଡେକ୍ସ (ଏକ୍ୟୁଆଇ) ବା ବାୟୁ ମାନ ସୂଚକାଙ୍କ ୩୫୭ ଥିଲାବେଳେ ଦିଲ୍ଲୀରେ ଥିଲା ୩୪୬। ଏହାବାଦ୍‌ କଟକ (୩୪୨), ଭୁବନେଶ୍ୱର(୩୪୨), ବାଲେଶ୍ୱର(୩୩୬), କେନ୍ଦୁଝର(୩୨୮) ଓ ତାଳଚେର (୩୧୪)ର ଏକ୍ୟୁଆଇ ବିପଜ୍ଜନକ ରହିଥିଲା। ଏଠାରେ ଖୁଣ୍ଟା ପୋଡ଼ି ନାହିଁ। ତଥାପି ଦିଲ୍ଲୀଠାରୁ ଅଧିକ ପ୍ରଦୂଷଣର କାରଣ କ’ଣ ହୋଇପାରେ ତାହା ସାଧାରଣ ଲୋକ ବୁଝିବା କଷ୍ଟକର। ଏହା ବ୍ୟତୀତ ଇଣ୍ଟରନେଟ୍‌ରେ ବିଭିନ୍ନ ପାଣିପାଗ ଆପ୍‌କୁ ଦେଖୁଥିବା ବ୍ୟକ୍ତିମାନେ ଏହିସବୁ ଓଡ଼ିଶା ସହରରେ ଏଭଳି ଉଚ୍ଚ ପରିମାଣର ବାୟୁ ପ୍ରଦୂଷଣ ଦର୍ଶାଯାଉ ନ ଥିବା କଥାକୁ ଅନିଶା କରିଥିବେ। ଏଥିରୁ ବୁଝାପଡ଼ୁଛି ଯେ, ଭାରତର ପାଣିପାଗ ବିଭାଗର ତଥ୍ୟ ନିଶ୍ଚିତ ଭାବେ ଅଧିକ ବିଶ୍ୱସନୀୟ ହୋଇପାରୁଛି; କାରଣ ସେମାନେ ଯଥେଷ୍ଟ ବେଶି ସ୍ଥାନ ଉପରେ ଦୃଷ୍ଟି ରଖିପାରୁଛନ୍ତି। ଗାଡ଼ିମୋଟରରୁ ନିର୍ଗତ ବାଷ୍ପ, ରାସ୍ତାରୁ ଉଡ଼ୁଥିବା ଧୂଳି, କଳକାରଖାନାରୁ ନିର୍ଗତ ବାଷ୍ପ ଓ ଧୂଆଁ ଏବଂ ନିର୍ମାଣ କ୍ଷେତ୍ରରୁ ନିର୍ଗତ ପ୍ରଦୂଷଣକାରୀ କଣିକା ଯୋଗୁ ପ୍ରଦୂଷଣ ବଢ଼ୁଛି ବୋଲି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ କୁହାଯାଉଛି। କିନ୍ତୁ ଏହାର ପ୍ରତିକାର କରିବା ପାଇଁ ହୁଏତ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସକ୍ଷମ ହୋଇପାରୁନାହିଁ। ଉଲ୍ଲେଖନୀୟ ଯେ, ଏକ୍ୟୁଆଇ ୦-୫୦ ମଧ୍ୟରେ ରହିଲେ କ୍ଷତିକାରକ ନୁହେଁ ଏବଂ ୩୦୧-୪୦୦ ମଧ୍ୟରେ ରହିଲେ ତାହା ଅତି ମାରାମତ୍କ, ଯାହା ଓଡ଼ିଶାରେ ଏହି ୬ଟି ସହରରେ ଦେଖାଯାଇଛି। ଓଡ଼ିଶାର ଅନ୍ୟ ସହରଗୁଡ଼ିକ ମଧ୍ୟ ପ୍ରଦୂଷଣ ବଳୟ ମଧ୍ୟକୁ ଚାଲିଯାଉଥିବା ଜଣାପଡ଼ିଛି। ୨୦୧୯ରେ ଭାରତର ସବୁଠୁ ପ୍ରଦୂଷିତ ୧୦୨ ସହର ମଧ୍ୟରେ ଏହିସବୁ ସହର ରହିଥିଲା। ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି) ମଧ୍ୟ ସେତେବେଳେ ଏହାକୁ ନିୟନ୍ତ୍ରଣ କରିବା ଜରୁରୀ ବୋଲି ସତର୍କ କରିଦେଇଥିଲେ। କିନ୍ତୁ ଏବକାର ସ୍ଥିତି ସ୍ପଷ୍ଟ କରୁଛି ଯେ, ଏଥିପ୍ରତି ସଚେତନତା ପ୍ରକାଶ ପାଉନାହିଁ।
ପ୍ରଦୂଷଣ ରୋକିବାରେ ଅବହେଳା ଭୁବନେଶ୍ୱରର ଗାଡ଼କଣରେ ଠୁଳ ହୋଇଥିବା ଆବର୍ଜନା ଦୁର୍ଗନ୍ଧରୁ ସ୍ପଷ୍ଟ ବାରି ହୋଇପଡ଼େ। ରାଜଧାନୀ ସ୍ଥିତିକୁ ଦେଖିଲେ ଅନ୍ୟ ସହରଗୁଡ଼ିକର ସ୍ଥିତି ସହଜରେ ଅନୁମାନ କରିହେଉଛି। କାରଣ ତାଲିକାରେ ଥିବା କେତୋଟି ସହରରେ ଶିଳ୍ପ ଏବଂ ଖଣି ଖନନ କାର୍ଯ୍ୟ ଲାଗି ରହିଥିବାରୁ ଏହିସବୁ ସ୍ଥାନରେ ପ୍ରଦୂଷଣ ବୃଦ୍ଧି ପାଉଛି। ଏହା ବ୍ୟତୀତ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଦିଗକୁ ଓଡ଼ିଶାରେ ଦୀର୍ଘଦିନ ଧରି ଧ୍ୟାନ ଦିଆଯାଉନାହିଁ। ଅନ୍ୟ ରାଜ୍ୟକୁ ନକଲ କରି ଓଡ଼ିଶାରେ ମଧ୍ୟ ମୋଟରଗାଡ଼ି ଉପରେ ୧୦ ବର୍ଷ ଜୀବନକାଳ କଟକଣା ଲାଗୁ କରାଯାଇଛି। ଅନ୍ୟପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ଗଢ଼ି ଉଠୁଥିବା କିମ୍ବା ଚାଲୁଥିବା ଶିଳ୍ପଗୁଡ଼ିକ ଯେଉଁ ଅତ୍ୟଧିକ ମାତ୍ରାରେ ଜଳ ଏବଂ ବାୟୁ ପ୍ରଦୂଷଣ ସୃଷ୍ଟି କରୁଛନ୍ତି, ତାହା ପ୍ରତି ଦୃଷ୍ଟି ଦେବାକୁ କେହି ନାହାନ୍ତି। ସାଧାରଣରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଜଣେ ଇନ୍‌ସ୍ପେକ୍ଟର ଏକ ବଡ଼ କାରଖାନା ନିରୀକ୍ଷଣ କରିବାକୁ ଯାଇଥା’ନ୍ତି। ସେଠାରେ ତାଙ୍କୁ କଦଳୀ ଏବଂ କାଜୁ ଦେଇ ସ୍ବାଗତ କରାଯିବା ସହ ଅଳ୍ପ ପରିମାଣରେ ସନ୍ତୁଷ୍ଟ କରି ଫେରାଇ ଦିଆଯାଏ। ସେହି ଇନ୍‌ସ୍ପେକ୍ଟରଙ୍କୁ ମଧ୍ୟ ଦୋଷ ଦେଇ ହେବନାହିଁ। ଉଦାହରଣ ସ୍ବରୂପ, ମହାନଦୀ କୋଲଫିଲ୍ଡସ୍‌ ଭଳି ବିରାଟକାୟ ସରକାରୀ କୋଇଲା ଖଣି ଖନନ କରୁଥିବା କମ୍ପାନୀ ଯେଉଁ ପ୍ରଦୂଷଣ ଘଟାଉଛି, ତାହା ତାଳଚେର ଏବଂ କଣିହଁା ଅଞ୍ଚର ବାସିନ୍ଦା କହିପାରିବେ। ସେଠାରେ ପ୍ରଦୂଷଣ ବୋର୍ଡର ଇନ୍‌ସ୍ପେକ୍ଟର କୌଣସି କ୍ଷମତା ପ୍ରଦର୍ଶନ କରିପାରିବେ ନାହିଁ। ତେଣୁ ବୁଝିବାକୁ ହେବ ଯେ, ପ୍ରଦୂଷଣ ନିୟନ୍ତ୍ରଣ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସର୍ବନିମ୍ନ ସ୍ତରରେ ନିରୀକ୍ଷକ ସମ୍ପୂର୍ଣ୍ଣ ଭାବେ କ୍ଷମତାବିହୀନ। ତେଣୁ ପ୍ରଦୂଷଣ ସହିତ ବଞ୍ଚତ୍ବାକୁ ନାରାଜ ବ୍ୟକ୍ତି ସୁଖରେ ଲକ୍ଷାଦ୍ୱୀପ ଟାପୁକୁ ଚାଲିଯାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭ୍ରମଣ ମଧ୍ୟରେ କିଛି ବିପଦ ଆଉ ସୌନ୍ଦର୍ଯ୍ୟପୂର୍ଣ୍ଣ ପରିବେଶ ଥିଲେ ତାହା ଏକ ନିଆରା ଅନୁଭବ ଦିଏ ବୋଲି କହନ୍ତି ମୁମ୍ବାଇର ନେହାଲ ଶାହା। ସେ...

ପଥୁରିବାଟିର ଚେତାବନୀ

ନବ୍ୟ ଆଧୁନିକତାର ପ୍ରବାହ ମଧ୍ୟରେ ପୁରୁଣା କାଳର ଯେଉଁ କେତେକ ଦ୍ରବ୍ୟ ବିସ୍ମୃତିର ଅତଳ ଗର୍ଭରେ ହଜିଯାଇଛି, ତନ୍ମଧ୍ୟରୁ ପଥୁରିବାଟି ବା ପଥରରେ ନିର୍ମିତ ବାସନ...

ଦୁଃସାହସିକ ଅଭିଯାତ୍ରୀ

କେତେତବେଳେ ଗୋଟେ ଚିନ୍ତାଧାରା ଆପଣଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିଦେବ, ସେଥିପାଇଁ ବୟସ କଦାପି ତାହା ନିର୍ଦ୍ଧାରଣ କରି ନ ଥାଏ। ନୂଆ କିଛି ପଦକ୍ଷେପ...

ଦକ୍ଷତାର ଅଭାବ

ଚଳିତ ମାସରେ ଦୁଇଟି ଶୀର୍ଷକ ସମ୍ବଳିତ ଖବର ପ୍ରକାଶ ପାଇଛି। ଗୋଟିଏ ହେଉଛି ‘ଟେରର ଫାଇନାନ୍ସିଂ(ଉଗ୍ରବାଦୀଙ୍କୁୁ ପାଣ୍ଠି ଯୋଗାଣ), ମନି ଲଣ୍ଡରିଂ (ଅର୍ଥ ହେରଫେର) ନିୟନ୍ତ୍ରଣ...

ବିଶ୍ୱ ଶାନ୍ତି ପାଇଁ ଆଶା

ପୃଥିବୀ ଶାନ୍ତିମୟ ସେତେବେଳେ ହେବ, ଯେତେବେଳେ ପୃଥିବୀରେ ରହୁଥିବା ସବୁ ଲୋକ ଶାନ୍ତିରେ ରହିବେ। କେତେବେଳେ ଜଣେ ଖୁସି ହେବେ? ଯେତେବେଳେ ଲୋକେ ଉତ୍ତେଜନା ମୁକ୍ତ...

ପରିଧାନ ଓ ବ୍ୟକ୍ତିତ୍ୱ

ବର୍ଣ୍ଣାଡ ଶଙ୍କ ସମ୍ମାନାର୍ଥେ ଏକ ବ୍ରିଟିଶ୍‌ କ୍ଲବରେ ଭୋଜିର ଆୟୋଜନ କରାଯାଇଥାଏ। ସେହି କ୍ଲବରେ ପ୍ରବେଶକାରୀଙ୍କ ପାଇଁ ସୁଟ୍‌ ଓ ଟାଇ ପିନ୍ଧିବା ଏକ ବାଧ୍ୟତାମୂଳକ...

ଉଚିତ ପଦକ୍ଷେପ

ଅଭିନେତ୍ରୀ ତଥା ମଡେଲ କାଦମ୍ବରୀ ଜେଟ୍‌ୱାନୀଙ୍କ ଅନୁଚିତ ଗିରଫଦାରିକୁ ନେଇ ଆନ୍ଧ୍ରପ୍ରଦେଶର ତିନିଜଣ ବରିଷ୍ଠ ଆଇପିଏସ୍‌ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। ଏହି ଘଟଣା କ୍ଷମତାର ଅପବ୍ୟବହାର...

ଏଇ ଭାରତରେ

ପେସାରେ ଶିକ୍ଷୟିତ୍ରୀ ହେଲେ ବି ଫୁଲଚାଷ ତାଙ୍କ ପାଇଁ ଆଣିଛି ସ୍ବତନ୍ତ୍ର ପରିଚୟ। କେରଳ ଥ୍ରିଶୂର ଜିଲା ବାସିନ୍ଦା ଲତିକା ସୁତାନ ବଗିଚାରେ ପଦ୍ମ ଓ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri