ପ୍ରଦୂଷଣରେ ଭାରାକ୍ରାନ୍ତ ମାନପୁର ବ୍ରିଜ୍‌

ଯାଜପୁର,୩୦।୧୦(ହର୍ଷବର୍ଦ୍ଧନ ବେହେରା) :ଶିଳ୍ପ ପ୍ରଦୂଷଣର ଭୟାବହତା ଏବେ କଳିଙ୍ଗନଗରବାସୀଙ୍କୁ କବଳିତ କରିଛି। ଚତୁଃପାର୍ଶ୍ୱରୁ ଶିଳ୍ପ କାରଖାନା ଘେର ମଧ୍ୟରେ ରହି କାଳ କାଟୁଥିବା ୩୦ ରୁ ଊର୍ଦ୍ଧ୍ୱ ଗାଁ ଲୋକେ ପ୍ରଦୂଷଣ ମଧ୍ୟରେ ଘାଣ୍ଟି ହେଉଛନ୍ତି । ବାୟୁ ଓ ଜଳ ପ୍ରଦୂଷଣ ପ୍ରଭାବରେ ଗାଁର ପାଣି, ପବନ, ମୃତ୍ତିକା ସବୁ ବିଷ ପାଲଟିଛି । ସ୍ବଚ୍ଛ ପାଣି ଟୋପାଏ ପାଇବା ଏମାନଙ୍କ ପାଇଁ ସ୍ବପ୍ନ ହୋଇଛି। ଏଭଳି ପ୍ରଦୂଷଣକୁ ନେଇ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ(ଏନ୍‌ଜିଟି) ପୂର୍ବରୁ ଉଦ୍‌ବେଗ ପ୍ରକାଶ କରିଛି। ଷ୍ଟିଲ ହବ୍‌ ଭାବେ ପରିଚିତ କଳିଙ୍ଗନଗରରେ ସିମେଣ୍ଟ ଗ୍ରାଇଣ୍ଡିଂ ୟୁନିଟ ସ୍ଥାପନ ଓ ଉପତ୍ାଦନକ୍ଷମ ହେବା ପରେ ପ୍ରଦୂଷଣ ଆହୁରି ଘାତକ ହେବାରେ ଲାଗିଛି। ଏହି କ୍ରମରେ ମାନପୁର ଓଭର ବ୍ରିଜ୍‌ ଏବଂ ଏହାର ପ୍ରାୟ ୪ କିମି ଦୂରତା ପରିସରରେ ଏବେ ବାୟୁ ପ୍ରଦୂଷଣ ଉତ୍କଟ ହେଉଥିବା ଦେଖିବାକୁ ମିଳିଛି। ଏହି ବ୍ରିଜର ଉଭୟ ପାର୍ଶ୍ୱରେ ବହୁ ପରିମାଣରେ ଧୂଳି ଜମା ହୋଇ ରହିଛି। କମ୍ପାନୀ ଗାଡ଼ିଗୁଡିକ କାରଖାନା ଭିତରେ ୨୦ କିମି ବେଗରେ ଚଳାଇବାକୁ ନିୟମ ରହିଥିବାବେଳେ ବାହାରେ ୬୦ ରୁ ୭୦ କିମି ବେଗରେ ଚାଲିଛି। ଫଳରେ ବାୟୁ ପ୍ରଦୂଷଣ ସହ ଏକାଧିକ ଦୁର୍ଘଟଣା ଘଟି ଲୋକଙ୍କ ଧନଜୀବନ ହାନୀ ହେଉଥିବା ନଜିର ରହିଛି। ପାଣି ସିଞ୍ଚନ ହେଉ ନ ଥିବାରୁ ବାଇକ୍‌ ଚାଳକ ଏବଂ ପଥଚାରୀଙ୍କ ଅବସ୍ଥା ଦୟନୀୟ ହେଉଥିବା ମତପ୍ରକାଶ ପାଇଛି।
୨୦୧୭ରୁ କଳିଙ୍ଗନଗର ଶିଳ୍ପାଞ୍ଚଳରେ ଅତିପ୍ରଦୂଷଣକାରୀ ସିମେଣ୍ଟ କାରଖାନାଗୁଡିକର ଆଗମନ ହୋଇଛି। ମାନପୁର ବ୍ରିଜ୍‌ ତଳେ ଚାଲିଥିବା ରେଲୱେ ସାଇଡିଂ କର୍ତ୍ତୃପକ୍ଷ ପ୍ରଦୂଷଣ ନୀତିନିୟମକୁ ମାନୁ ନାହାନ୍ତି। ଫଳରେ କଳିଙ୍ଗନଗର ଶିଳ୍ପାଞ୍ଚଳର ଲୋକ ବାୟୁ ଓ ଜଳବାହିତ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ବାୟୁ ପ୍ରଦୂଷଣ ନିରୀକ୍ଷଣ କେନ୍ଦ୍ର ପକ୍ଷରୁ ୨୦୧୫ ରୁ ୨୦୧୭ ମଧ୍ୟରେ ସଂଗୃହୀତ ତଥ୍ୟ ଅନୁସାରେ କଳିଙ୍ଗନଗର ଶିଳ୍ପାଞ୍ଚଳରେ ବାୟୁ ଗୁଣାମତ୍କ ମାନ ପ୍ରତି ଘନମିଟର ପିଛା ୧୧୩ ମାଇକ୍ରୋଗ୍ରାମ ରହିଥିଲା। ତେବେ ଏହି ୫ ବର୍ଷ ମଧ୍ୟରେ ଘନମିଟର ପିଛା ମାଇକ୍ରୋଗ୍ରାମ ପରିମାଣ ବହୁଗୁଣରେ ବୃଦ୍ଧି ହୋଇଥିବ ବୋଲି ଅନୁମାନ କରାଯାଉଛି। ଯାହା ଫଳରେ ରାଜ୍ୟରେ କଳିଙ୍ଗନଗର ଅତି ପ୍ରଦୂଷଣ ଅଞ୍ଚଳଭାବେ ଅଭିହିତ ହୋଇଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ସିପିସିବି)ଦ୍ୱାରା ନିର୍ଦ୍ଧାରିତ ବାର୍ଷିକ ବାୟୁ ଗୁଣାମତ୍କ ମାନ ଘନମିଟର ପିଛା ୬୦ ମାଇକ୍ରୋଗ୍ରାମ କଣିକା ରହିବା କଥା। ଆନ୍ତର୍ଜାତୀୟସ୍ତରରେ ୨୦୧୧ରୁ ଭାରତର ବାୟୁ ପ୍ରଦୂଷଣ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି।
କଳିଙ୍ଗନଗର ବ୍ୟତୀତ ଓଡ଼ିଶାର ଅନୁଗୋଳ, ସମ୍ବଲପୁର, ବାଲେଶ୍ୱର, ପାରାଦୀପ, ଭୁବନେଶ୍ୱର, କଟକ, ରାଉରକେଲା ଏବଂ ତାଳଚେର ସହର ଅତି ପ୍ରଦୂଷଣ ତାଲିକାରେ ରହିଛି। କଳିଙ୍ଗନଗରରେ ଗୋଟିଏ ପରେ ଗୋଟିଏ ଅତି ପ୍ରଦୂଷଣକାରୀ କାରଖାନା ପ୍ରତିଷ୍ଠା ହେବା ଜିଲାବାସୀଙ୍କ ପାଇଁ ସାଂଘାତିକ ହେବାରେ ଲାଗିଛି ା ଏହି ପ୍ରଦୂଷଣ ଆଗାମୀ ଦିନରେ ସାରା ଜିଲାକୁ ଗ୍ରାସ କରିବ ବୋଲି ମତପ୍ରକାଶ ପାଇଛି। ବେଳ ହୁଁ ପାୱାର ପ୍ଲାର୍ଣ୍ଟ, କ୍ରସର, ଚିମିନି ଭାଟି, ରେଳ ସାଇଡିଂ, ଯାନବାହାନ ପ୍ରଦୂଷଣ ଆଦିକୁ ନିୟନ୍ତ୍ରଣ କରା ନ ଗଲେ ଲୋକଙ୍କ ଜୀବନ ବାୟୁ, ଜଳ ଓ ଧୁଳିଧୁଆଁ ପ୍ରଦୂଷଣରେ ଦୁର୍ବିସହ ହେବା ନିଶ୍ଚିତ ବୋଲି ଚର୍ଚ୍ଚା ହେଉଛି। ଦାନଗଦି ଠାରୁ ପ୍ରାୟ ୨ କିମି ଦୂରରେ ଅବସ୍ଥିତ ମାନପୁର ବ୍ରିଜ ପରିସର ଏବେ ସବୁବେଳେ ଧୁଆଁଳିଆ ଭଳି ରହୁଛି। ଏହି ରାସ୍ତାଦେଇ ପ୍ରତ୍ୟହ ଶତାଧିକ ଗାଡ଼ି ଚଳାଚଳ କରୁଛି। ଶିଳ୍ପ ଓ ଖଣି ଅଞ୍ଚଳରୁ ମାଲବାହୀଗାଡିଗୁଡିକ ଚଳାଚଳ ଯୋଗୁ ଧୂଆଁ ଉଠି ବାୟୁ ପ୍ରଦୂଷଣ ଅଣାୟତ୍ତ ହେବାରେ ଲାଗିଛି। ପ୍ରାୟ ୪ ବର୍ଷ ହେଲା କଳିଙ୍ଗନଗର ଶିଳ୍ପାଞ୍ଚଳରେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଏକ ସମନ୍ବିତ ଆକ୍ସନ ପ୍ଲାନ କରିବାକୁ ପ୍ରସ୍ତାବ ରହିଥିଲେ ହେଁ ତାହା କାର୍ଯ୍ୟକାରୀ ହେଉ ନ ଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା ମତପ୍ରକାଶ ପାଇଛି।
ଏସପିସିବିର କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କୁ ପଚାରିବାରେ ସେ କହିଛନ୍ତି, ଶିଳ୍ପାଞ୍ଚଳରେ ବାୟୁ ଓ ଜଳ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଆବଶ୍ୟକ ପଦକ୍ଷେପଗୁଡିକ ଗ୍ରହଣ କରାଯାଉଛି। ପ୍ରଦୂଷଣ ନିୟନ୍ତ୍ରଣ କରିବାକୁ ବିଭାଗ ସଦାସର୍ବଦା ତପତ୍ର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ରୋମାଞ୍ଚକ ମ୍ୟାଚରେ ପଞ୍ଜାବ ବିଜୟୀ, ମାତ୍ର ୯୫ ସ୍କୋରରେ କୋଲକାତା ଅଲଆଉଟ୍‌

ଚଣ୍ଡିଗଡ଼,୧୫ା୪: ଚଳିତ ଆଇପିଏଲ୍‌ରେ ମଙ୍ଗଳବାର ଖେଳାଯାଇଥିବା ଏକ ରୋମାଞ୍ଚକ ମ୍ୟାଚରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ) ୧୬ ରନରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ପରାସ୍ତ କରିଛି। ପଞ୍ଜାବ...

ପମ୍ପ ହାଉସ ତାର ଚୋରୀ ଅଭିଯୋଗରେ ୨ ଗିରଫ

ଭଞ୍ଜନଗର,୧୫/୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର, ଜଗନ୍ନାଥପ୍ରସାଦ ଓ ପୋଲସରା ବ୍ଲକର ବିଭିନ୍ନ ପମ୍ପ ହାଉସରୁ ବିଦ୍ୟୁତ୍ ତାର କାଟି ନେବା ଅଭିଯୋଗରେ ଭଞ୍ଜନଗର ପୋଲିସ ମଙ୍ଗଳବାର...

ଲଭର୍‌ ବଏ ଲୁକ୍‌ରେ ମାହି, ହାତରେ ଲାଲ୍‌ ହୃଦୟ ବେଲୁନ୍‌ ଧରି କହୁଛନ୍ତି ଡାଏଲଗ୍‌; ଅଭିନୟରେ କରିବେ ଡେବ୍ୟୁ!

ମୁମ୍ବାଇ: କ୍ରିକେଟର ଥାଲାଇଭା ଅର୍ଥାତ ମହେନ୍ଦ୍ର ସିଂ ଧୋନୀଙ୍କୁ କିଏ ବା ଭଲ ନ ପାଏ। କେହି କ୍ରିକେଟ ପ୍ରଶଂସକ ହୁଅନ୍ତୁ କି ନ ହୁଅନ୍ତୁ,...

ଆକ୍ରମଣ ମାମଲା: ଜଣେ ଅଭିଯୁକ୍ତ ଜେଲ ଗଲେ

ଦିଗପହଣ୍ଡି, ୧୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏସ.ଗୋପାଳପୁର ପଞ୍ଚାୟତ ଖାରିଗୁଡ଼ା ଗ୍ରାମ ଦଣ୍ଡନାଚ ମେରୁଯାତ୍ରାରେ ସୋମବାର କମେଣ୍ଟ ମରାକୁ କେନ୍ଦ୍ରକରି ଆକ୍ରମଣ...

କଇଁଛ ଶାବକଙ୍କ ସୁରକ୍ଷା ପାଇଁ ବେଳାଭୂମିରେ ସ୍ବେଚ୍ଛାସେବୀ ଟିମ୍‌

ଗଞ୍ଜାମ,୧୫ା୪(ବିଦ୍ୟାଧର ସାହୁ):ଗଞ୍ଜାମ ଜିଲାର ଋଷିକୁଲ୍ୟା ମୁହାଁଣ ସମୁଦ୍ର ବେଳାଭୂମିର ବାଲୁକା ଶଯ୍ୟାରେ ବେବି ଅଲିଭ ରିଡଲେ ଅଣ୍ଡାରୁ ଜନ୍ମ ହେବା ପରେ ସମୁଦ୍ର ମୁହାଁ ହୋଇ...

ସି.ଏମ ଟ୍ରଫି ଫୁଟବଲ: ଖରମୁଣ୍ଡା ୟୁଥ ଆଥଲେଟିକ ଏସୋସିଏସନ ଚାମ୍ପିଅନ

ବରଗଡ଼,୧୫।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମରେ ଚାଲିଥିବା ସି. ଏମ ଟ୍ରଫି ଫୁଟବଲ ପ୍ରତିଯୋଗିତା ମଙ୍ଗଳବାର ଉଦଯାପିତ ହୋଇଯାଇଛି। ବରଗଡ଼ ୟୁନାଇଟେଡ ସ୍ପୋର୍ଟସ...

ବିବାହର ୯ ବର୍ଷ ପରେ ଛାଡ଼ପତ୍ର ନେବାକୁ ଯାଉଛନ୍ତି ଦିବ୍ୟଙ୍କା? ଜାଣନ୍ତୁ ଖବର ପଛର ସତ

ମୁମ୍ବାଇ: ଟେଲି ପରଦାର ଲୋକପ୍ରିୟ ଯୋଡ଼ି ମଧ୍ୟରୁ ଦିବ୍ୟଙ୍କା ତ୍ରିପାଠୀ ଏବଂ ବିବେକ ଦହିଆଙ୍କ ଯୋଡ଼ି ଅନ୍ୟତମ। ଦୁହିଁଙ୍କ ବିବାହକୁ ଇତି ମଧ୍ୟରେ ୯ ବର୍ଷ...

କାଳ ବୈଶାଖୀ ରଚିଲା ତାଣ୍ଡବ: ଉପୁଡିଲା ବଡ ବଡ ଗଛ ଓ ବିଦ୍ୟୁତ ଖୁଣ୍ଟ, ଉଡିଲା ଦୋକାନର ଛପର

ପାଟଣା, ୧୫।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ସାହାରପଡା , ଉଖୁଣ୍ଡା ଓ ତୁରୁମୁଙ୍ଗା ଅଞ୍ଚଳରେ ମଙ୍ଗଳବାର ସଂଧ୍ୟାରେ କାଳ ବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image