ପୋଲସରା,୨୭।୨(ଡି.ଏନ.ଏ.): ପୋଲସରା ଷଣ୍ଢସାହିରେ ରହୁଥିବା ପ୍ରଦୀପ କୁମାର ପାତ୍ର ପୋଲସରାରୁ ୯ କିଲୋମିଟର ଦୂରରେ ବୁଢାମ୍ବଠାରେ ଥିବା ଡାକ୍ତରଖାନାରେ ଫାର୍ମାସିଷ୍ଟ ଭାବେ କାର୍ଯ୍ୟରତ। ତାଙ୍କ ପୁଅ ଦେବାଶିଷ ପାତ୍ର (୨୧) ୟୁକ୍ରେନର କିଭ୍ ନ୍ୟାଶନାଲ ମେଡିକାଲ ୟୁନିଭର୍ସିଟିରେ ପଢୁଛନ୍ତି। କରୋନା ବେଳେ ସେ ପୋଲସରାରେ ରହୁଥିଲେ। ବର୍ତ୍ତମାନ ୧୫ ଦିନ ହେବ ସେଠାକୁ ପରୀକ୍ଷା ଦେବାକୁ ଯାଇଥିବା ତାଙ୍କ ବାପା କହିଛନ୍ତି। ପୁଅ କିପରି ସୁସ୍ଥରେ ଗାଁକୁ ଫେରିବ ଚିନ୍ତିତ। ପ୍ରଦୀପ ତାଙ୍କ ପୁଅ ସହିତ କଥା ହେଉଛନ୍ତିା ଦେବାଶିଷଙ୍କ କହିବା ଅନୁଯାୟୀ ଭାରତୀୟ ଦୂତାବାସ ସେମାନଙ୍କ ସହ ଯୋଗାଯୋଗ ରଖିଛି। ଦରକାର ପଡିଲେ ତାଙ୍କୁ ପୋଲାଣ୍ଡ ଦେଇ ଭାରତକୁ ଅଣାଯିବ। ଶନିବାର ପୋଲସରା ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଜରିଆରେ ଜିଲାପାଳଙ୍କୁ ଅବଗତ କରିଥିବା କହିଛନ୍ତି। ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଏ ନେଇ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅବଗତ କରିବା ସହ ଓଡ଼ିଶା ମୋ ପରିବାର ଦ୍ୱାରା କିପରି ସେ ପୋଲସରାଠାରେ ପହଞ୍ଚତ୍ବ ଚେଷ୍ଟା ଜାରି ରହିଛି ବୋଲି ବିଧାୟକ ସାହୁ କହିଛନ୍ତି।