ପଲିଥିନ୍‌ ଧରପଗଡ଼ ଜୋରଦାର, ଜରିମାନା ଆଦାୟ

ବୁଗୁଡ଼ା,୨୦ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ଏନ୍‌ଏସି ପ୍ରଶାସନ ପକ୍ଷରୁ ସହରରେ ପଲିଥିନ ଧରପଗଡ଼ ଜୋରଦାର ହୋଇଛି। ସ୍ଥାନୀୟ ଏନ୍‌ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ରଶ୍ମୀରଞ୍ଜନ ଦାସଙ୍କ ନେତୃତ୍ୱରେ ସହରର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ବ୍ୟବହୃତ କରାଯାଉଥିବା ପଲିଥିନ ଧରପଗଡ଼ କରାଯାଇ ଦୋକାନୀମାନଙ୍କଠାରୁ ପଲିଥିନ ଜବତ କରାଯାଇଛି। ଦୋକାନୀଙ୍କଠାରୁ ୨ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ଏଥିସହ ପଲିଥିନ୍‌ ବ୍ୟବହାର ନ କରିବା ପାଇଁ ସଚେତନ କରାଯାଇଥିଲା। ଏହି ସ୍କ୍ବାଡରେ ଜଗଦୀଶ ପଣ୍ଡା, ସନ୍ତୋଷ କୁମାର ପଣ୍ଡା, ରାମକୃଷ୍ଟ ପଟ୍ଟନାୟକ, ବିରଞ୍ଚି ନାରାଯଣ ପାତ୍ର, ସୁଶାନ୍ତ କୁମାର ଜେନା, ମୁନା ଗୌଡ଼,ରଞ୍ଜନ କୁମାର ପ୍ରଧାନ ପ୍ରମୁଖ କର୍ମଚାରୀମାନେ ସାମିଲ ଥିଲେ।

Share