ପାମ୍ପଡ଼ ରାଇତା

ଆବଶ୍ୟକ ସାମଗ୍ରୀ
ଦହି- ୫୦୦ଗ୍ରାମ୍‌, ଛଣା ହୋଇଥିବା ମସଲା ପାମ୍ପଡ଼-୩ଟି (ବଡ଼), ଜିରା ଗୁଣ୍ଡ- ଅଧା ଚାମଚ, ଗୋଲମରିଚ ଗୁଣ୍ଡ- ଅଧା ଚାମଚ, ଧନିଆପତ୍ର- ୪ ଚାମଚ, ଲୁଣ ସ୍ବାଦ ଅନୁସାରେ
ପ୍ରଣାଳୀ- ପ୍ରଥମେ ଦହିକୁ ଏକ ପାତ୍ରରେ ଢାଳି ଭଲଭାବେ ଫେଣ୍ଟି ଦିଅନ୍ତୁ। ତା’ପରେ ସେଥିରେ ଜିରା ଗୁଣ୍ଡ, ଗୋଲମରିଚ ଗୁଣ୍ଡ ଓ ଲୁଣ ପକାଇ ଭଲଭାବେ ମିଶାଇ ଦିଅନ୍ତୁ। ଦହିର ଏହି ମିଶ୍ରଣକୁ ୨ ଘଣ୍ଟା ପାଇଁ ଫ୍ରିଜରେ ରଖି ଦିଅନ୍ତୁ। ଏହାପରେ ଖାଇବା ପାଇଁ ଫ୍ରିଜରୁ ବାହାର କରି ସେଥିରେ ଧନିଆପତ୍ର ଓ ପାମ୍ପଡ଼କୁ ଛୋଟ ଛୋଟ ଖଣ୍ଡ କରି ମିଶାଇ ଦିଅନ୍ତୁ। ଏବେ ପ୍ରସ୍ତୁତ ଦହି ରାଇତା। ଏହାକୁ ଭାତ ସହ ଖାଇଲେ ବହୁତ ଭଲ ଲାଗିବ।