ରେକର୍ଡ ଭାଙ୍ଗୁଛି ‘ପୋନ୍ନିୟନ ସେଲଭନ’: ଆମେରିକାରେ ସର୍ବାଧିକ ଆୟ

ନିର୍ଦ୍ଦେଶକ ମଣି ରତ୍ନମଙ୍କ ଫିଲ୍ମ ‘ପୋନ୍ନିୟନ ସେଲଭନ’ ସେପ୍ଟେମ୍ବର ୩୦ରେ ରିଲିଜ ହେବା ପରେ ବକ୍ସ ଅଫିସରେ ଭଲ ବ୍ୟବସାୟ କରୁଛି। ନିକଟରେ ପୋନ୍ନିୟନ ସେଲଭନ ବ୍ରିଟେନରେ କମଲ ହାସନଙ୍କ ‘ବିକ୍ରମ’କୁ ଅତିକ୍ରମ କରିଥିବା ବେଳେ ବର୍ତ୍ତମାନ ଆମେରିକାରେ ତାମିଲରେ ସର୍ବାଧିକ ଆୟ କରିଥିବା ରଜନୀକାନ୍ତଙ୍କ ୨.୦କୁ ମଧ୍ୟ ଅତିକ୍ରମ କରିଯାଇଛି। ଆମେରିକାରେ ‘ପୋନ୍ନିୟନ ସେଲଭନ’ ତାମିଲରେ ୫,୫୬୪,୩୦୫ ଡଲାର ସଂଗ୍ରହ କରିଥିବା ଜଣାପଡିଛି। ଫିଲ୍ମରେ ଚିୟାନ ବିକ୍ରମ, ଐଶର୍ଯା ରାୟ ବଚ୍ଚନ, କାର୍ଥୀ, ଜୟମ ରବି, ତ୍ରିଶାଙ୍କ ଭଳି ଷ୍ଟାରକାଷ୍ଟ ରହିଛନ୍ତି। ଭାରତୀୟ ଇତିହାସରେ ସବୁଠୁ ପରାକ୍ରମଶାଳୀ ସାମ୍ରାଜ୍ୟ ମଧ୍ୟରୁ ଏକ ଚୋଳ ସାମାଜ୍ର୍ୟ ଉପରେ ଆଧାରିତ ଏହି ଫିଲ୍ମ। ଯାହା ବକ୍ସ ଅଫିସରେ ରେକର୍ଡ କରିଛି। ଆମେରିକା, ଅଷ୍ଟ୍ରେଲିଆ ଏବଂ ୟୁକେ ପରି ଦେଶଗୁଡିକରେ ମଧ୍ୟ ‘ପୋନ୍ନିୟନ ସେଲଭନ-୧’ ବକ୍ସ ଅଫିସରେ ଭଲ ବ୍ୟବସାୟ କରୁଛି।

Share