ମଣିରତ୍ନମଙ୍କ ପାଦ ଛୁଇଁଲେ ନୀଳନୟନା

ବହୁଚର୍ଚ୍ଚିତ ଫିଲ୍ମ ପୋନିୟିନ ସେଲଭମ ୧ ସେପ୍ଟେମ୍ବର ୩୦ ରେ ପ୍ରେକ୍ଷାଳୟକୁ ଆସିବ। ଏହି ବଡ ବଜେଟ୍‌ର ଫିଲ୍ମରେ ନୀଳନୟନା ଐଶ୍ୱର୍ଯ୍ୟା ରାୟଙ୍କୁ ମଧ୍ୟ ଦେଖିବାକୁ ମିଳିବ। ଏଥିପାଇଁ ସେ ଆଜିକାଲି ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ନିକଟରେ ଏକ ପ୍ରମୋଶନ ସମୟରେ ପୋନିୟିନ ସେଲଭମ ୧ର ନିର୍ଦ୍ଦେଶକ ମଣିରତ୍ନମଙ୍କ ପାଦ ଛୁଇଁଥିଲେ, ଯାହାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ପୋନିୟିନ ସେଲଭମ ୧ ପ୍ରମୋସନାଲ ଇଭେଣ୍ଟରେ ଐଶ୍ୱର୍ଯ୍ୟା ଏବଂ ମଣିରତ୍ନମ ଏକାଠି ନଜର ଆସିଥିଲେ। ମଞ୍ଚ ଉପରେ ମଣିରତ୍ନମ ବସିଥିବାବେଳେ ଐଶ୍ଚର୍ଯ୍ୟା ତାଙ୍କ ପାଦ ଛୁଇଁ ଆଶୀର୍ବାଦ ନେଉଥିବା ଦେଖାଯାଇଥିଲା। ଐଶ୍ଚର୍ଯ୍ୟାଙ୍କ ନମ୍ରତାକୁ ଦର୍ଶକ ବେଶ୍‌ ପସନ୍ଦ କରିଛନ୍ତି।
ଐଶ୍ୱର୍ଯ୍ୟା ରାୟ ମଣିରତ୍ନମଙ୍କୁ ତାଙ୍କର ଗୁରୁ ଭାବରେ ବିବେଚନା କରନ୍ତି। ୧୯୯୭ରେ ଐଶ୍ୱର୍ଯ୍ୟା ମଣିରତ୍ନମଙ୍କ ଫିଲ୍ମ ‘ଇରୁଭର୍‌’ ସହିତ ସିନେମା ଜଗତରେ ଡେବ୍ୟୁ କରିଥିଲେ। ଏହା ପରେ ସେ ମଣିରତ୍ନମଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଗୁରୁ’ ଏବଂ ‘ରାବଣ’ରେ ମଧ୍ୟ ଅଭିନୟ କରିଥିଲେ।

Share