୫୦୦କୋଟି କ୍ଲବରେ ସାମିଲ ହେବାକୁ ଯାଉଛି ‘ପୋନ୍ନିୟିନ ସେଲଭମ: ୧’

ମୁମ୍ବାଇ: ଜଣାଶୁଣା ଫିଲ୍ମ ନିର୍ଦ୍ଦେଶକ ମଣିରତ୍ନମଙ୍କ ଫିଲ୍ମ ‘ପୋନ୍ନିୟିନ ସେଲଭମ: ୧’ ଲଗାତାର ଭାବେ ଚର୍ଚ୍ଚାରେ ରହି ଆସୁଛି । ସାରା ବିଶ୍ୱରେ ରିଲିଜ୍ ହୋଇଥିବା ଏହି ଫିଲ୍ମ ୫୦୦ କୋଟି କ୍ଲବରେ ସାମିଲ ହେବାକୁ ଯାଉଛି । ଏହି ଫିଲ୍ମକୁ ଦର୍ଶକଙ୍କର ଜବରଦସ୍ତ ରେସପନ୍ସ ମିଳିଛି । ଏବେ ଏହି ଫିଲ୍ମ ଏକ ଡିଜିଟାଲ ପ୍ଲାଟଫର୍ମରେ ବି ଉବଲବ୍ଧ ହେଉଛି । ଏକ ରିପୋର୍ଟ ଅନୁଯାୟୀ, ପୋନ୍ନିୟିନ ସେଲଭମ: ପାର୍ଟ ୧’ ଏବେ ଆମେଜନ ପ୍ରାଇମ ଭିଡିଓରେ ୧୯୯ ଟଙ୍କା ଭଡାରେ ଉପଲବ୍ଧ ହେଉଛି । ଏହି ଫିଲ୍ମ ୪ ନଭେମ୍ବରରେ ପ୍ରାଇମ ଗ୍ରାହକଙ୍କ ପାଇଁ ଉପଲବ୍ଧ ହେବ । ଫିଲ୍ମ ଓଟିଟି ପ୍ଲାଟଫର୍ମରେ ହିନ୍ଦୀ ବ୍ୟତୀତ ୪ ଭାଷାରେ ଷ୍ଟ୍ରିମିଂ ହେବ । ଏହା ଜାଣିବା ପରେ ପ୍ରଶଂସକ ଖୁବ୍ ଖୁସି ଅଛନ୍ତି ।
ସୂଚନାଯୋଗ୍ୟ, ଫିଲ୍ମଟି ଦୁଇ ଭାଗରେ ନିର୍ମାଣ କରାଯାଇଛି । ଏହାର ପ୍ରଥମ ଭାଗ ୫୦୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି । ଏଥିରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ, ଚିୟାନ ବିକ୍ରମ, କାର୍ଥି ଓ ତୃଷା କୃଷ୍ଣନ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ଫିଲ୍ମକୁ ସଙ୍ଗିତରେ ସଜାଇଛନ୍ତି ଏ ଆର ରହମାନ । ‘ପୋନ୍ନିୟିନ ସେଲଭମ’ କଳ୍କି କୃଷ୍ଣମୂର୍ତ୍ତିଙ୍କ ଏହି ନାମରେ ଐତିହାସିକ କାଳ ଆଧାରିତ କାଳ୍ପନିକ ଉପନ୍ୟାସର ରୂପାନ୍ତରଣ । ପୋନ୍ନିୟିନ ସେଲଭମ: ପାର୍ଟ୧’ରେ ଐଶ୍ୱର୍ଯ୍ୟାଙ୍କ ସହ ଅଭିନେତା କାର୍ଥି ମୁଖ୍ୟ ଭୂମିକାରେ ଆସିଛନ୍ତି ।
ଅନ୍ୟପଟେ ସାଉଥର ଟ୍ୟାଲେଣ୍ଟେଡ ଆକ୍ଟ୍ରେସ୍ ତ୍ରିଶାଙ୍କୁ କୁଣ୍ଡୱାଇ ରୂପେ ଦେଖିବାକୁ ମିଳିଛି । ଫିଲ୍ମଟି ୩୦ ସେପ୍ଟେମ୍ବରରେ ସାରା ଭାରତରେ ତାମଲି. ତେଲଗୁ, ହିନ୍ଦୀ, କନ୍ନଡ, ମାଲୟଲମର କିଛି ଭାଷାରେ ରିଲିଜ୍ ହୋଇଥିଲା । ‘ପୋନ୍ନିୟିନ ସେଲଭମ’ ଏବେ ଆମେଜନ ପ୍ରାଇମ ଭିଡିଓରେ ଷ୍ଟ୍ରିମିଂ କରୁଛି । ଏହି ଫିଲ୍ମ ପ୍ରତି ଦର୍ଶକଙ୍କର ଅଦ୍ଭୁତ କ୍ରେଜ ଦେଖିବାକୁ ମିଳିଛି ।

Share