ବହୁ ପ୍ରତୀକ୍ଷିତ ଫିଲ୍ମ ପୋନ୍ନିୟିନ ସେଲଭାନ-୨ ରିଲିଜ

ମୁମ୍ବାଇ: ମଣି ରତ୍ନମଙ୍କ ଫିଲ୍ମ ପୋନ୍ନିୟିନ ସେଲଭାନର ପ୍ରଥମ ଭାଗ ଖୁବ୍‌ ଚର୍ଚ୍ଚାରେ ଥିଲା। ଇତି ମଧ୍ୟରେ ଶୁକ୍ରବାର ଫିଲ୍ମର ଦ୍ୱିତୀୟ ଭାଗ ରିଲିଜ ହୋଇଛି। ଯାହାକୁ ଦେଖିବାକୁ ଦର୍ଶକ ବହୁ ଦିନରୁ ଅପେକ୍ଷା କରି ରହିଥିଲେ। ବର୍ତ୍ତମାନ ଏହି ଫିଲ୍ମକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି। ପ୍ରଶଂସକଙ୍କ ସମୀକ୍ଷା ପରେ, ବର୍ତ୍ତମାନ ପୋନ୍ନିୟିନ ସେଲଭାନର ପ୍ରଥମ ଦିନର ସଂଗ୍ରହର ସବିଶେଷ ତଥ୍ୟ ସାମ୍ନାକୁ ଆସିଛି। ତେବେ କୁହାଯାଉଛି କି, ସଲମାନଙ୍କ ଫିଲ୍ମ ‘କିସି କା ଭାଇ କିସି କି ଜାନ’କୁ ଝଟକା ଲାଗିପାରେ। ରିପୋର୍ଟ ଅନୁଯାୟୀ, ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ବିକ୍ରମଙ୍କ ଅଭିନୀତ ଫିଲ୍ମ ପୋନ୍ନିୟିନ ସେଲଭାନ ପ୍ରଥମ ଦିନରେ ୩୦ କୋଟି ରୋଜଗାର କରିପାରେ। ଯାହା ‘କିସି କା ଭାଇ କିସି କି ଜାନ’ର ପ୍ରଥମ ଦିନର ଅଧିକା ହୋଇପାରେ ବୋଲି କୁହାଯାଉଛି।

ମଣି ରତ୍ନମଙ୍କ ନିର୍ଦ୍ଦେଶିତ ପୋନ୍ନିୟିନ ସେଲଭାନ ଏକ ତାମିଲ ଚଳଚ୍ଚିତ୍ର। ଏଥିରେ ଚିଆନ ବିକ୍ରମ, ଐଶ୍ୱର୍ଯ୍ୟା ରାୟ ବଚ୍ଚନ, ଜୟମ ରବି, କାର୍ତ୍ତି ଏବଂ ତ୍ରିଶା କୃଷ୍ଣନ ମୁଖ୍ୟ ଅଭିନେତା ଅଛନ୍ତି।

Share