ବହୁ ପ୍ରତୀକ୍ଷିତ ଫିଲ୍ମ ‘ପୋନ୍ନିୟିନ ସେଲଭନ-୨’ର ପ୍ରଥମ ଗୀତ ରିଲିଜ

ମୁମ୍ବାଇ: ସାଉଥ ସିନେମାର ଭେଟେରାନ ଚଳଚ୍ଚିତ୍ର ନିର୍ମାତା ମଣି ରତ୍ନମଙ୍କ ଲୋକପ୍ରିୟ ଚଳଚ୍ଚିତ୍ର ‘ପୋନ୍ନିୟିନ ସେଲଭନ’ର ପାର୍ଟ-୨ ସହିତ ଆସୁଛନ୍ତି। ଖୁବଶୀଘ୍ର ‘ପୋନ୍ନିୟିନ ସେଲଭନ-୨’ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ଏହାପୂର୍ବରୁ ‘ପୋନ୍ନିୟିନ ସେଲଭନ-୨’ର ପ୍ରଥମ ଗୀତ ସାମ୍ନାକୁ ଆସିଛି। ରିଲିଜ ହେବା ପରେ ‘ପୋନ୍ନିୟିନ ସେଲଭନ-୨’ ର ଏହି ଗୀତ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ‘ପୋନ୍ନିୟିନ ସେଲଭନ-୨’ ଏହି ଚମତ୍କାର ଗୀତକୁ ହିନ୍ଦୀରେ ଓସ୍କାର ଏବଂ ଗ୍ରାମୀ ପୁରସ୍କାର ବିଜେତା ଗାୟକ ଆର୍‌ ରହମାନ, ଅରଜିତ୍‌ ସିଂ ଏବଂ ବେନି ଦୟାଲ ଗାଇଛନ୍ତି। କେବଳ ଏତିକି ନୁହେଁ, ପ୍ରସିଦ୍ଧ ଗୀତିକାର ଗୁଲଜାର ଏହି ଗୀତର ଲିରିକ୍ସ ଲେଖିଛନ୍ତି।

ଗତ ବର୍ଷ ମୁକ୍ତିଲାଭ କରିଥିବା ‘ପୋନ୍ନିୟିନ ସେଲଭନ ପାର୍ଟ -୧ ଦର୍ଶକଙ୍କୁ ବହୁତ ମନୋରଞ୍ଜନ କରିଥିଲା। ଏଭଳି ପରିସ୍ଥିତିରେ, ଆସନ୍ତା ଏପ୍ରିଲ ୨୮ରେ ପ୍ରଶଂସକମାନେ ପ୍ରେକ୍ଷାଳୟରେ ‘ପୋନ୍ନିୟିନ ସେଲଭନ-୨’ ଦେଖିବାକୁ ପାଇବେ।

Share