ରିଲିଜ ହେଲା ‘ପୋନ୍ନିୟନ ସେଲଭମ ୨‘ର ଧମାକାଦାର ଟ୍ରେଲର

ମୁମ୍ବାଇ; ଗତ ବର୍ଷ ରିଲିଜ ହୋଇଥିବା ସାଉଥ ସିନେମାର ସୁପରହିଟ ଫିଲ୍ମ ‘ପୋନ୍ନିୟନ ସେଲଭମ-୧’ ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ଦେଇଥିଲା । ଏହାପରେ ଏବେ ମେକର୍ସ ‘ପୋନ୍ନିୟ ସେଲଭମ ୨’ ନେଇକରି ଆସୁଛନ୍ତି । ଏହାରି ଭିତରେ ୨୯ ମାର୍ଚ୍ଚ ଅର୍ଥାତ୍ ବୁଧବାର ‘ପୋନ୍ନିୟ ସେଲଭମ ୨’ର ଧମାକାଦାର ଟ୍ରେଲର ରିଲଜ ହୋଇଛି । ସାଉଥ ସିନେମାର ନାମୀ ନିର୍ଦ୍ଦେଶକ ମଣିରତ୍ନମଙ୍କ ଏହି ଫିଲ୍ମର ଟ୍ରେଲର ଦେଖିଲେ ଆପଣ ବି ପିଏସ-୨ ପାଇଁ ଏକ୍ସାଇଟେଡ ହୋଇଯିବେ ।
ମଙ୍ଗଳବାର ‘ପୋନ୍ନିୟନ ସେଲଭମ ୨’ର ଲିଡ ଆକ୍ଟ୍ରେସ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ସୋସିଆଲ ମିଡିଆରେ ସୂଚନା ଦେଇଥିଲେ କି ବୁଧବାର ଫିଲ୍ମର ଟ୍ରେଲର ରିଲିଜ ହେବ । ଏପଟେ ଫ୍ୟାନ୍ସଙ୍କ ଡିମାଣ୍ଡରେ ‘ପୋନ୍ନିୟନ ସେଲଭମ ୨’ର ସାନଦାର ଟ୍ରେଲର ରିଲିଜ ହୋଇଯାଇଛି । ଫିଲ୍ମର ଏହି ଟ୍ରେଲରକୁ ଏଲୱାଇସିଏ ପ୍ରଡକ୍ସନ ୟୁଟ୍ୟୁବ ଚ୍ୟାନେଲରେ ରିଲିଜ କରିଛି । ଟ୍ରେଲରରୁ ସ୍ପଷ୍ଟ ଜଣାପଡିଛି କି ପ୍ରଥମ ଭାଗରେ ଚୋଳ ଶାସକଙ୍କ ଅଧାଥିବା ପ୍ରତିଶୋଧ ପାର୍ଟ ୨ରେ ପୂରଣ ହେବାକୁ ଯାଉଛି । ଏହାସହ ଟ୍ରେଲରୁ ଜଣାପଡୁଛି କି ସିଂହାସନ ପାଇଁ ଏଥର ମହାଯୁଦ୍ଧ ଦେଖିବାକୁ ମିଳିବ । ‘ପୋନ୍ନିୟନ ସେଲଭମ ୨’ର ଏହି ଟ୍ରେଲର ଫିଲ୍ମ ପାଇଁ ଆପଣଙ୍କ ଏକ୍ସାଇଟମେଣ୍ଟ ଲେଭଲକୁ ଆହୁରି ଦୁଇଗୁଣା କରିଦେବ । ରିଲିଜ ହେଉ ହେଉ ଏହି ଟ୍ରେଲର ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଯାଇଛି । ପିଏସ-୨ ଆସନ୍ତା ମାସ ୨୮ ଏପ୍ରିଲରେ ରିଲିଜ ହେବ ବୋଲି ଜଣାପଡିଛି ।

Share