‘ପୋନ୍ନିୟିନ ସେଲଭନ ୨’କୁ ଅଡିଅନ୍ସଙ୍କ ଜବରଦସ୍ତ ରେସପନ୍ସ, ୟୁଜର୍ସ କହିଲେ ‘ବାହୁବଳି’ଠାରୁ ଭଲ ମୁଭି

ମୁମ୍ବାଇ: ସେପ୍ଟେମ୍ବର ୨୦୨୨ରେ ରିଲିଜ ହୋଇଥିବା ‘ପୋନ୍ନିୟିନ ସେଲଭନ ୧’ ବକ୍ସ ଅଫିସରେ ଅନେକ ରେକର୍ଡ ବ୍ରେକ କରିଥିଲା। ଏହାସହ ମୁଭି ଭଲ ବିଜନେସ ବି କରିଥିଲା। ଏହି ମୁଭି ବହୁତ ବଡ ବ୍ଲକବୁଷ୍ଟର ଥିଲା। ଏବେ ଫିଲ୍ମର ଦ୍ୱିତୀୟ ଭାଗ ‘ପୋନ୍ନିୟିନ ସେଲଭନ ୨’ ଶୁକ୍ରବାର ରିଲିଜ ହୋଇଛି। ଆଉ ପ୍ରଥମ ଦିନରେ ଧମାକାର ଓପନିଂ ଦେଖିବାକୁ ମିଳିଛି। ଲାଗୁଛି ପାର୍ଟ ୧ ଭଳି ଏହାବି ଅନେକେ ରେକର୍ଡ ବ୍ରେକ କରିପାରେ।
‘ପିଏସ୨’ ରିଲିଜ ହେବା ପରେ ପରେ ପ୍ରଶଂସକ ଟୁଇଟରରେ ଫିଲ୍ମର ରିଭ୍ୟୁ ଶେୟାର କରିବା ଆରମ୍ଭ କରି ଦେଇଛନ୍ତି। ଅନେକେ ୟୁଜର୍ସ ଫିଲ୍ମର ଖୁବ ତାରିଫ କରିଛନ୍ତି। କେହି କେହି କହିଛନ୍ତି ଏହି ମୁଭି ‘ଭାରତୀୟ ସିନେମାର ଏକ କମ୍ପ୍ଲିଟ ପ୍ରାଇଡ’। ଆଉ କେହି ଏହା ଏସଏସ ରାଜାମୌଳିଙ୍କ ମୁଭି ‘ବାହୁବଳି’ଠାରୁ ବି ଭଲ ବୋଲି କହିଛନ୍ତି।
ସାଉଥ ସୁପରଷ୍ଟାର ରଜନୀକାନ୍ତ ବି ‘ପୋନ୍ନିୟିନ ସେଲଭନ ୨’ର ଖୁବ ପ୍ରଶଂସା କରିଛନ୍ତି ଏହାର ରିଭ୍ୟୁ ଶେୟାର କରି ସେ ଲେଖିଛନ୍ତି, ‘ପୋନ୍ନିୟିନ ସେଲଭନ ୨’ ଇଣ୍ଡିଆନ ସିନେମାର ରିୟଲ ପ୍ରାଇଡ।

Share