ଏହି ଅଭିନେତ୍ରୀଙ୍କୁ ବିବାହ କରିବାକୁ ଚାହୁଁଥିଲେ ବାପା

ବଲିଉଡ୍‌ ନିର୍ମାତା ତଥା ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କ ଅଭିନେତ୍ରୀ ଝିଅ ପୂଜା ଭଟ୍ଟ ଇତିମଧ୍ୟରେ ୪୯ ବର୍ଷର ହୋଇଯାଇଛନ୍ତି। ୨୪ ଫେବୃୟାରୀ, ୧୯୭୨ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିବା ପୂଜା ପ୍ରଥମରୁ ହି ବିବାଦରେ ରହିଆସିଛନ୍ତି। ୧୯୮୯ରେ ରିଲିଜ୍‌ ଫିଲ୍ମ ‘ଡାଡି’ରୁ ପୂଜା ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏହାର ନିର୍ଦ୍ଦେଶନା ଦାୟିତ୍ୱରେ ଥିଲେ ମହେଶ। ଏହି ସମୟରେ ପୂଜା ମାତ୍ର ୧୭ ବର୍ଷର ହୋଇଥିଲେ। ପ୍ରଥମ ଫିଲ୍ମରେ ତାଙ୍କର ଅନେକ ବୋଲ୍ଡ ଦୃଶ୍ୟ ଦେଖିବାକୁ ମିଳିଥିଲା। ଏମିତିରେ ପୂଜା ନିଜ ବାପା ମହେଶ ଭଟ୍ଟଙ୍କ ସହ ପ୍ରେମ ବ୍ୟାପାରକୁ ନେଇ ମଧ୍ୟ ବିବାଦରେ ରହିଥିଲେ। ବାପାଙ୍କ ସହ ଚୁମ୍ବନ ଦୃଶ୍ୟ ହେଉ ଅବା ଝିଅ ସହ ବିବାହ କରିବାର ଇଚ୍ଛା, ପୂଜା ସବୁ ସମୟରେ ବିବାଦରେ ରହିଥାନ୍ତି।
ମହେଶ ଭଟ୍ଟ କେବଳ ଫିଲ୍ମ ପାଇଁ ନୁହେଁ ବରଂ ରିୟଲ ଲାଇଫ୍‌ ମଧ୍ୟ ବହୁତ ବୋଲ୍ଡ। ତାଙ୍କ ଜୀବନ ଅନେକ ବିବାଦ ମଧ୍ୟରେ ଘେରି ରହିଛି। ମାତ୍ର ଝିଅ ପୂଜା ଭଟ୍ଟଙ୍କ ସହ ଏକ ମାଗାଜିନ୍‌ ପାଇଁ କରିଥିବାର ଫଟୋଶୁଟ୍‌ ସବୁଠାରୁ ବେଶି ଚର୍ଚ୍ଚାରେ ଥିଲା। ଏହି ଫଟୋ ଏକ ମାଗାଜିନ୍‌ର କଭର ପେଜ୍‌ ଥିଲା। ଫଟୋରେ ପୂଜା ତାଙ୍କ ବାପାଙ୍କୁ ଚୁମ୍ବନ ଦେଉଥିବାର ଦେଖିବାକୁ ମିଳିଥିଲା। ଏହି ଫଟୋ ପରେ ମହେଶଙ୍କୁ ହତ୍ୟା ଧମକ ମିଳିବାରେ ଲାଗିଥିଲା। ଲୋକେ ତାଙ୍କ ଉପରେ ଭାରତୀୟ ସଭ୍ୟତାକୁ ନଷ୍ଟ କରୁଥିବା ଏବଂ ସମାଜରେ ଅଶୁଦ୍ଧତା ବ୍ୟାପୁଥିବା ଅଭିଯୋଗ ଆଣିଥିଲେ। ଏହାକୁ ନେଇ ବିବାଦ ଏତେ ମାତ୍ରାରେ ବଢ଼ିଗଲା ଯେ, ମହେଶ ଖବରଦାତା ସମ୍ମିଳନୀ ଡକାଇଥିଲେ। ମାତ୍ର ଏଥିରେ ତାଙ୍କର ବିବାଦ କମିବା ପରିବର୍ତ୍ତେ ଆହୁରି ବଢ଼ିଯାଇଥିଲା। କାରଣ ସେ ଖବରଦାତା ସମ୍ମିଳନୀରେ କହିଥିଲେ ଯେ, ପୂଜା ମୋର ଝିଅ ହୋଇ ନ ଥିଲେ ମୁଁ ତାକୁ ବିବାହ କରିଥାନ୍ତି।
ମହେଶ ଭଟ୍ଟ ୨୦ ବର୍ଷ ବୟସରେ ଲରେନ୍‌ ବ୍ରାଇଟଙ୍କୁ ବିବାହ କରିଥିଲେ। ବିବାହର କିଛି ଦିନ ପରେ ଲରେନ ନିଜ ନାମ ପରିବର୍ତ୍ତନ କରି କିରଣ ଭଟ୍ଟ ରଖିଥିଲେ। କିରଣଙ୍କ ଠାରୁ ତାଙ୍କର ୨ଟି ପିଲା ଝିଅ ପୂଜା ଭଟ୍ଟ ଏବଂ ପୁଅ ରାହୁଲ ଭଟ୍ଟ ଅଛନ୍ତି।

Share