ରାହୁଲଙ୍କ ସମର୍ଥନରେ ବାହାରିଲେ ପୂଜା ଭଟ୍ଟ

ଚଳଚ୍ଚିତ୍ର ନିର୍ମାତା ମହେଶ ଭଟ୍ଟଙ୍କ ଝିଅ ପୂଜା ଭଟ୍ଟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମର୍ଥନରେ ଓହ୍ଲାଇଛନ୍ତି। ସେ ରାହୁଲଙ୍କ ‘ଭାରତ ଯୋଡ ଯାତ୍ରା’କୁ ସମର୍ଥନ କରିଛନ୍ତି। ରାହୁଲ ତାମିଲନାଡୁରୁ କଶ୍ମୀର ପର୍ଯ୍ୟନ୍ତ ‘ଭାରତ ଯୋଡ ଯାତ୍ରା’ ଆରମ୍ଭ କରିଛନ୍ତି। ଏହି ସମୟ ମଧ୍ୟରେ ରାହୁଲ ୧୨ଟି ରାଜ୍ୟ ଦେଇ ୩୫୭୦ କିଲୋମିଟର ଦୂରତା ଅତିକ୍ରମ କରିବାକୁ ଯାଉଛନ୍ତି। ଏହି ଯାତ୍ରା ପାଞ୍ଚ ମାସ ପର୍ଯ୍ୟନ୍ତ ଚାଲିବ। ଅଭିନେତ୍ରୀ ପୂଜା ଭଟ୍ଟ ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡ ଯାତ୍ରା’କୁ ସମର୍ଥନ କରି ଏକ ଟୁଇଟ କରିଛନ୍ତି।
ପୂଜା ଟୁଇଟ୍‌ ଯୋଗେ କହିଛନ୍ତି, ରାହୁଲ ଗାନ୍ଧୀ ଶ୍ରୀପେରୁମ୍ବୁଦୁରରେ ରାଜୀବ ଗାନ୍ଧୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ପ୍ରାର୍ଥନା ସଭା ଆୟୋଜନ କରି ‘ଭାରତ ଯୋଡ ଯାତ୍ରା’ର ଆରମ୍ଭ କରିଛନ୍ତି। ଯନ୍ତ୍ରଣା ଏବଂ କ୍ଷତିକୁ କିଏ କେଉଁଭଳି ଭାବରେ ଅନୁଭବ କରେ ତାହା ଫରକ ପକାଇଥାଏ। ପୁନର୍ବାର ଯନ୍ତ୍ରଣା ଅନୁଭବ କରି ମଧ୍ୟ ଆଗକୁ ବଢିବା ଏକ ବିରଳ ବିଶେଷତ୍ୱ ଏବଂ ଆମେ ରାହୁଲ ଗାନ୍ଧୀ ଏହା କରୁଥିବା ଦେଖିଛୁ।
ପୂଜା ଭଟ୍ଟ ଆଜିକାଲି ତାଙ୍କର ଆଗାମୀ ଫିଲ୍ମ ‘ଚୁପ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମଟି ସେପ୍ଟେମ୍ବର ୨୩ରେ ବକ୍ସ ଅଫିସରେ ମୁକ୍ତିଲାଭ କରିବ। ଆର ବାଲ୍କିଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମଟି ସସପେନ୍ସ ଏବଂ ଥ୍ରୀଲର୍‌ରେ ପରିପୂର୍ଣ୍ଣ। ଚଳିତ ମାସରେ ରିଲିଜ ହେବାକୁ ଥିବା ଫିଲ୍ମ ‘ଚୁପ୍‌’ରେ ମୁଖ୍ୟ ଭୂମିକାରେ ସନି ଦେଓଲଙ୍କୁ ଦେଖିବାକୁ ମିଳିବ। ଫିଲ୍ମରେ ଦୁଲକର ସଲମାନ ମଧ୍ୟ ତାଙ୍କ ସହ ରହିବେ।

Share