କାମରୁ ମିଳୁନି ବ୍ରେକ୍‌

ମୁମ୍ବାଇ: ବଲିଉଡ୍‌ ତଥା ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ନାୟିକା ପୂଜା ହେଗ୍‌ଡେ ଅସୁସ୍ଥ ହୋଇ ପଡ଼ିଛନ୍ତି। କିନ୍ତୁ ଏହାସେତ୍ତ୍ୱ ସେ କାମ କିନ୍ତୁ ବନ୍ଦ କରିନାହାନ୍ତି। ଶୁଟିଂ ପାଇଁ ମେକ୍‌ଅପ୍‌ ହେଉଥିବାର ଏକ ଫଟୋ ପୂଜା ନିଜ ଇନଷ୍ଟାଗ୍ରାମେର ଶେୟାର କରିଛନ୍ତି, ଯେଉଁଥିରେ ସେ ଗୋଡ଼ରେ ପଟି ଗୁଡ଼ାଇ ଥିବା ଦେଖିବାକୁ ମିଳିଛି। ପ୍ରକୃତ କଥାଟି ହେଲା ପୂଜାଙ୍କୁ ଆଙ୍କେଲ୍‌ ଲିଗାମେଣ୍ଟ ଟିଅର୍‌ ଆସିଛି। ଚାଲିକା ତାଙ୍କପକ୍ଷେ କଷ୍ଟକର ହୋଇପଡ଼ିଥିଲେ ହେଁ ତାଙ୍କୁ କାମରୁ ବିରତି ମଳିବା ବଦଳରେ ଏବେ କାମ କରିବାକୁ ପଡ଼ୁଛି। ତାଙ୍କ ଅପ୍‌କମିଂ ଫିଲ୍ମ ‘କିସି କା ଭାଇ କିଛି କି ଗାନ୍‌ ’ ଚଳଚ୍ଚିତ୍ରର ଶୁଟିଂ ଏବେ ଜାରି ରହିଛି। ଶୁଟିଂ ସମୟରେ ହିଁ ପୂଜା ଅସୁସ୍ଥ ହୋଇପଡ଼ିଥିବା ସେ ଫଟୋ ପୋଷ୍ଟ କରି କହିଛନ୍ତି। ଫିଲ୍ମରେ ସଲମାନ ଖାନ୍‌ ମୁଖ୍ୟ ଭୂମିକାରେ ଅଭିନୟ କରିଥିବାବେଳେ ଶିଳ୍ପା ସେଟ୍ଟୀଙ୍କୁ ମଧ୍ୟ ଫିଲ୍ମରେ ଦେଖାଯିବ। ଫିଲ୍ମର ନିର୍ଦ୍ଦେଶନା ଫରାଦ ସାମ୍‌ଜି କରିଥିବାବେଳେ ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି ସଲମାନ୍‌ ଖାନ୍‌ । ଫିଲ୍ମଟଇ ଚଳିତବର୍ଷ ଡିସେମ୍ବର ୩୦ରେ ମୁକ୍ତିଲାଭ କରିବ।

Share