ଶୁଟିଂ ସମୟରେ ଆହତ ହେଲେ ପୂଜା ହେଗ୍‌ଡେ: ଫଟୋ ଶେୟାର କରି ଜଣାଇଲେ ପ୍ରଶଂସକଙ୍କୁ

ମୁମ୍ବାଇ: ବଲିଉଡ୍‌ ତଥା ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ନାୟିକା ପୂଜା ହେଗ୍‌ଡେ ଅସୁସ୍ଥ ହୋଇ ପଡ଼ିଛନ୍ତି। କିନ୍ତୁ ଏହା ସତ୍ତ୍ୱେ ସେ କାମ ବନ୍ଦ କରିନାହାନ୍ତି। ଶୁଟିଂ ପାଇଁ ମେକ୍‌ଅପ୍‌ ହେଉଥିବାର ଏକ ଫଟୋ ପୂଜା ନିଜ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି, ଯେଉଁଥିରେ ସେ ଗୋଡ଼ରେ ପଟି ଗୁଡ଼ାଇ ଥିବାର ଦେଖିବାକୁ ମିଳିଛି। ତେବେ ପ୍ରକୃତ କଥାଟି ହେଲା, ପୂଜାଙ୍କୁ ଆଙ୍କେଲ୍‌ ଲିଗାମେଣ୍ଟ ଟିଅର୍‌ ଆସିଛି। ଚାଲିବା ତାଙ୍କ ପକ୍ଷେ କଷ୍ଟକର ହୋଇପଡ଼ିଥିଲେ ହେଁ ତାଙ୍କୁ କାମରୁ ବିରତି ମିଳିବା ବଦଳରେ ଏବେ କାମ କରିବାକୁ ପଡ଼ୁଛି। ତାଙ୍କ ଅପ୍‌କମିଂ ଫିଲ୍ମ ‘କିସି କା ଭାଇ କିସି କି ଜାନ୍‌’ ଫିଲ୍ମର ଶୁଟିଂ ଏବେ ଜାରି ରହିଛି। ଶୁଟିଂ ସମୟରେ ହିଁ ପୂଜା ଅସୁସ୍ଥ ହୋଇପଡ଼ିଥିବା ସେ ଫଟୋ ପୋଷ୍ଟ କରି କହିଛନ୍ତି। ଫିଲ୍ମରେ ସଲମାନ ଖାନ୍‌ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ବେଳେ ଶିଳ୍ପା ସେଟ୍ଟୀଙ୍କୁ ମଧ୍ୟ ଫିଲ୍ମରେ ଦେଖିବାକୁ ମିଳିବ। ଫିଲ୍ମର ନିର୍ଦ୍ଦେଶନା ଭାର ଫରାଦ ସାମ୍‌ଜି ତୁଲାଇଥିବା ବେଳେ ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି ସଲମାନ୍‌ ଖାନ୍‌। ଫିଲ୍ମଟି ଚଳିତବର୍ଷ ଡିସେମ୍ବର ୩୦ରେ ରିଲିଜ୍‌ ହେବ।

Share