ପୂଜାଙ୍କ ଖାସ୍‌ ମୁହୂର୍ତ୍ତ

ମୁମ୍ବାଇ,୫ା୬: ସାଉଥ୍‌ ଅଭିନେତ୍ରୀ ପୂଜା ହେଗ୍‌ଡେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଜଣେ ପ୍ରସିଦ୍ଧ ଅଭିନେତ୍ରୀ। ସେ ବଲିଉଡ୍‌ରେ ଡେବ୍ୟୁ କରିବା ପରେ ତାଙ୍କ ପ୍ରଶଂସକଙ୍କ ସଂଖ୍ୟା ବଢ଼ିଯାଇଛି। ଏପ୍ରିଲ ୨୧ରେ ରିଲିଜ୍‌ ହୋଇଥିବା ମୁଭି ‘କିସି କା ଭାଇ କିସି କି ଜାନ୍‌’ରେ ପୂଜାଙ୍କୁ ଦେଖିବାକୁ ମିଳିଥିଲା। ସେଥିରେ ତାଙ୍କ ବିପକ୍ଷରେ ବଲିଉଡ୍‌ ଭାଇଜାନ୍‌ ସଲମାନ୍‌ ଖାନ୍‌ ନଜରକୁ ଆସିଥିଲେ। ନିକଟରେ ପୂଜା ତାଙ୍କ ଜୀବନର ଏକ ଖାସ୍‌ ମୁହୂର୍ତ୍ତ ବିଷୟରେ କହିଛନ୍ତି। ସେ ଏକ ସାକ୍ଷାତ୍‌କାରରେ କହିଛନ୍ତି, ‘ଯେତେବେଳେ ମାଧୁରୀ ଦୀକ୍ଷିତ୍‌ ମାଡାମ୍‌ ତାଙ୍କୁ ତାଙ୍କ ନାମ ଧରି ଡାକିଥିଲେ, ତାହା ଥିଲା ତାଙ୍କ ପାଇଁ ବେଶ୍‌ ଖାସ୍‌ ମୁହୂର୍ତ୍ତ। ସେ ତାଙ୍କୁ ହାଏ କହିବା ପରେ ମାଧୁରୀ ମଧ୍ୟ ତାଙ୍କୁ ହାଏ ପୂଜା ବୋଲି କହିଥିଲେ। ମାଧୁରୀ ମାଡାମ୍‌ ତାଙ୍କ ନାମ ମନେରଖିଛନ୍ତି, ଏହା ଜାଣି ତାଙ୍କୁ ବହୁତ ଖୁସି ଲାଗିଥିଲା।’ ତେବେ ପୂଜା ଦର୍ଶକଙ୍କୁ ଅନେକ ସାଉଥ୍‌ ମୁଭି ଭେଟି ଦେଇଥିବାବେଳେ ବର୍ତ୍ତମାନ ସମୟରେ ବି- ଟାଉନରେ ସେ ତାଙ୍କ ଅଭିନୟର ଯାଦୁ ଦେଖାଇଛନ୍ତି। ସେ ୨୦୧୬ରେ ଅଭିନେତା ହ୍ରିତିକ୍‌ ରୋଶନଙ୍କ ସହ ଫିଲ୍ମ ‘ମହେଞ୍ଜୋଦାରୋ’ରେ ବଲିଉଡ୍‌ ଡେବ୍ୟୁ କରିଥିଲେ।

Share