ସ୍ବାମୀଙ୍କୁ ଜେଲ୍‌ ପଠାଇବାର ଦୁଇଦିନ ପରେ ଏମିତି କହିଲେ ଅଭିନେତ୍ରୀ

ଅଭିନେତ୍ରୀ ପୁନମ ପାଣ୍ଡେ ନିଜ ବୋଲ୍ଡ ଅନ୍ଦାଜକୁ ନେଇ ସର୍ବଦା ଚର୍ଚ୍ଚାରେ ଥାନ୍ତି। ପୁନମ ଏବଂ ବିବାଦ ମଧ୍ୟରେ ଏକ ଗଭୀର ସମ୍ପର୍କ ରହିଛି। କିଛି ସପ୍ତାହ ପୂର୍ବରୁ ପୁନମ ସାମ ବମ୍ବେଙ୍କୁ ବିବାହ କରିଥିଲେ। ଏନେଇ ସେ ସୋସିଆଲ ମିଡିଆ ଘୋଷଣା କରିଥିଲେ। ବିବାହର ମାସେ ନ ପୂରୁଣୁ ସ୍ବାମୀଙ୍କ ନାଁରେ ଆକ୍ରମଣ ଅଭିଯୋଗ ଆଣିଥିଲେ ପୁନମ। କେବଳ ଏତିକି ନୁହେଁ ଅଭିନେତ୍ରୀ ମଧ୍ୟ ତାଙ୍କ ସ୍ବାମୀଙ୍କ ବିରୋଧରେ ଏଫଆଇଆର ଦାଖଲ କରିବା ପରେ ପୋଲିସ ସାମଙ୍କୁ ଗିରଫ କରିଥିଲା। ପରେ ସେ ଜାମିନରେ ମୁକୁଳିଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ଆରୋପପ୍ରତ୍ୟାରୋପ ଆରମ୍ଭ ହୋଇଯାଇଥିଲା। ଏହାର ଦୁଇଦିନ ପରେ ଉଭୟଙ୍କ ମଧ୍ୟରେ ଆପୋଷ ସମାଧାନ ହୋଇଯାଇଥିବା ଜଣାପଡିଛି। ଯେଉଁ ପୁଣମ ପାଣ୍ଡେ କହୁଥିଲେ ଯେ ସାମଙ୍କୁ ବିବାହ କରି ତାଙ୍କ ଜୀବନ ବରବାଦ ହୋଇଯାଇଛି, ଏବେ ସେ କହୁଛନ୍ତି ଯେ ସେ ସାମଙ୍କୁ ପାଗଳ ଭଲ ପାଆନ୍ତି। ଏକ ସାକ୍ଷାତକାରରେ ଉଭୟ ପୁନମ ଏବଂ ସାମ ବମ୍ବେ କହିଛନ୍ତି ଯେ ସେମାନେ ପୁଣି ଏକାଠି ହୋଇଛନ୍ତି। ଆମେ ମତଭେଦ ସମାଧାନ କରିବାକୁ ଚେଷ୍ଟା କରୁଛୁ। ପ୍ରତ୍ୟେକ ବିବାହରେ ବିବାଦ ଅଛି, କିନ୍ତୁ ସେଗୁଡ଼ିକର ସମାଧାନ ହୋଇପାରିବ ବୋଲି ଉଭୟ କହିଛନ୍ତି।

Share