ସ୍ବାମୀଙ୍କ ଉପରେ ମାର୍‌ପିଟ ଅଭିଯୋଗ ଆଣିଲେ ଏହି ଚର୍ଚ୍ଚିତ ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ ତଥା ମଡେଲ ପୁନମ ପାଣ୍ଡେ ସୋସିଆଲ ମିଡିଆ ସେନ୍‌ସେଶନ୍‌। ନିଜର ବୋଲ୍ଡ ଫଟୋ ଯୋଗୁ ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ପୁନମ୍‌ ପ୍ରେମିକ ସାମ୍‌ ବମ୍ବେଙ୍କୁ ବିବାହ କରିଥିଲେ।
ତେବେ ବିବାହର ମାତ୍ର ଅଳ୍ପ କିଛି ଦିନ ପରେ ସେ ସ୍ବାମୀଙ୍କ ଉପରେ ମାର୍‌ପିଟ୍‌ ଏବଂ ଅଧକ ପରି ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗ ପରେ ସାମଙ୍କୁ ପୋଲିସ ଗୋଆରୁ ଗିରଫ କରିଥିବା ଜଣାପଡ଼ିଛି।
ଅଭିଯୋଗ ଅନୁଯାୟୀ, ଦକ୍ଷିଣ ଗୋଆର ଏକ ଗାଁରେ ପୁନମ କୌଣସି ଏକ ଫିଲ୍ମର ଶୁଟିଂ କରୁଥିଲେ । ଏହି ସମୟରେ ସାମ ତାଙ୍କୁ ନିର୍ଯାତନା ସହ ଧମକ ଦେଇଥିଲେ। ସାମଙ୍କୁ ଗିରଫ ପରେ ତାଙ୍କର ଡାକ୍ତରୀ ପରୀକ୍ଷା କରାଯିବ। ଏହା ପରେ କୋର୍ଟରେ ହାଜର କରାଯିବ ବୋଲି ଜଣାପଡ଼ିଛି ।

ଗତ ସେପ୍ଟେମ୍ବର ୧୦ରେ ଏହି ଦମ୍ପତି ସୋସିଆଲ ମିଡିଆରେ ନିଜର ବିବାହ ବିଷୟରେ ଘୋଷଣା କରିଥିଲେ।

Share