ପୁନମ ପାଣ୍ଡେଙ୍କ ନିର୍ବନ୍ଧ ଶେଷ

ମଡେଲ ତଥା ଅଭିନେତ୍ରୀ ପୁନମ ପାଣ୍ଡେଙ୍କ ନିର୍ବନ୍ଧ ଶେଷ ହୋଇଛି। ପ୍ରେମିକ ସାମ ବମ୍ବେଙ୍କୁ ନିଜ ଜୀବନ ସାଥୀ ଭାବେ ବାଛିଛନ୍ତି ସେ। ସାମ ନିଜ ଇନଷ୍ଟାଗ୍ରାମରେ ନିର୍ବନ୍ଧ ମୁଦି ପିନ୍ଧି ପୁନମଙ୍କ ସହ ଏକ ଫଟୋ ଶେୟାର କରିଛନ୍ତି। ସାମ ଲେଖିଛନ୍ତି- ‘ଶେଷରେ ଆମେ ଏହା କରିଛୁ’। ଏହା ଉପରେ ପୁନମ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରି ଲେଖିଥିଲେ – ‘ଭଲ ଅନୁଭବ’। ନିକଟରେ ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ମୁମ୍ବାଇ ପୋଲିସ ତାଙ୍କୁ ଗିରଫ କରିଥିଲା। ପୁନମ ପାଣ୍ଡେ ୨୦୧୩ରେ ନାଶା ଫିଲ୍ମ ସହିତ ବଲିଉଡରେ ଡେବ୍ୟୁ କରିଥିଲେ। ଏଥିରେ ସେ ଜଣେ ଶିକ୍ଷକ ଭୂମିକାରେ ଅଭିନୟ କରିଥିଲେ। ହିନ୍ଦୀ ବ୍ୟତୀତ ସେ ତେଲୁଗୁ ଏବଂ କନ୍ନଡ ଚଳଚ୍ଚିତ୍ରରେ ମଧ୍ୟ କାମ କରିଛନ୍ତି। ୨୦୧୧ରେ ଭାରତୀୟ ଦଳ ବିଶ୍ୱକପ୍‌ ଜିତିଲେ ନଗ୍ନ ହେବି ବୋଲି କହି ପୁନମ ଚର୍ଚ୍ଚାକୁ ଆସିଥିଲେ।

Share