ବିବାହ ବନ୍ଧନରେ ଏହି ବୋଲ୍ଡ ଅଭିନେତ୍ରୀ: ଖୁସିଖବର ଜଣାଇ ଚମକାଇଲେ

ବମ୍ବେ: ସର୍ବଦା ବୋଲ୍ଡ ଫଟୋ ଏବଂ ଭିଡିଓକୁ ନେଇ ଚର୍ଚ୍ଚାରେ ରହୁଥିବା ପୁନମ୍‌ ପାଣ୍ଡେ ଭିନ୍ନ କାରଣକୁ ନେଇ ଏବେ ଚର୍ଚ୍ଚାରେ। ସେ କାଳେ ଲୁଚିଛପି ବିବାହ କରିଛନ୍ତି। ବିବାହର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ପୁନମ୍‌ ମଧ୍ୟ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଦୁଇଟି ଫଟୋ ଶେୟାର କରିଛନ୍ତି। ଏଥିରେ ତାଙ୍କୁ ବଧୁବେଶରେ ଦେଖିବାକୁ ମିଳୁଛି। ସ୍ବାମୀ ସାମ ବମ୍ବେ ବର ବେଶରେ ଅଛନ୍ତି। ଫଟୋ ଶେୟାର କରି ପୁନମ ଲେଖିଛନ୍ତି, ଆଗାମୀ ସାତ ଜନ୍ମ ମୁଁ ତୁମ ସହ ବିତାଇବାକୁ ଚାହେଁ। ଏହାପରେ ସାମ୍‌ ମଧ୍ୟ ଆଉ ଏକ ଫଟୋ ଶେୟାର କରି ‘ମିଷ୍ଟର ଆଣ୍ଡ ମିସେସ୍‌ ବମ୍ବେ’ବୋଲି ଲେଖିଛନ୍ତି। ପୂର୍ବରୁ ପୁନମ୍‌ ହଠାତ ନିର୍ବନ୍ଧ କରି ସମସ୍ତଙ୍କୁ ଚମକାଇ ଦେଇଥିଲେ।

Share