ଏହି ଅଭିନେତ୍ରୀଙ୍କ ମୁଣ୍ଡ ଫଟାଇଦେଲେ ସ୍ବାମୀ

ଅଭିନେତ୍ରୀ ପୁନମ ପାଣ୍ଡେ ପୁଣି ଥରେ ଦାମ୍ପତ୍ୟ ଜୀବନରେ ଝଗଡାକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ପୁନମ ସ୍ବାମୀ ସାମ ବମ୍ବେଙ୍କ ନାଁରେ ମାରପିଟ୍‌ ଅଭିଯୋଗ ଆଣିବା ପରେ ମୁମ୍ବାଇ ପୋଲିସ ତାଙ୍କ ତାଙ୍କୁ ଗିରଫ କରିଛି। ଗିରଫ ପରେ କୋର୍ଟ ତାଙ୍କୁ ତିନି ଦିନିଆ ଜେଲକୁ ପଠାଇ ଦେଇଛନ୍ତି। ପୁନମ ସ୍ବାମୀଙ୍କ ବିରୋଧରେ ମୁମ୍ବାଇର ବାନ୍ଦ୍ରା ପୋଲିସ ଷ୍ଟେଶନରେ ଅଭିଯୋଗ କରିଛନ୍ତି। ସାମଙ୍କ ନାଁରେ ସେ ଆକ୍ରମଣ ଏବଂ ଘରୋଇ ହିଂସା ଅଭିଯୋଗ ଆଣିିଛନ୍ତି। ପୁନମ ଅଭିଯୋଗରେ କହିଛନ୍ତି ଯେ ସାମଙ୍କ ପ୍ରଥମ ସ୍ତ୍ରୀ ଅଲଭିରାଙ୍କ ସହ କଥାବାର୍ତ୍ତା ହେବା ନେଇ ଉଭୟଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ସାମ ରାଗିକି ପୁନମଙ୍କ କେଶ ଧରି ତାଙ୍କୁ ମୁଣ୍ଡକୁ କାନ୍ଥରେ ପିଟି ଦେଇଥିଲେ। କେବଳ ଏତିକି ନୁହେଁ, ସାମ ପୁନମଙ୍କୁ ମଧ୍ୟ ପିଟିଥିଲେ। ଏହି ଆକ୍ରମଣରେ ପୁନମଙ୍କ ଆଖି ଓ ମୁହଁରେ ଗଭୀର ଆଘାତ ଲାଗିଛି। ତାଙ୍କୁ ଏବେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ତେବେ ଏହା ପୂର୍ବରୁ ମଧ୍ୟ ପୁନମ ତାଙ୍କ ସ୍ବାମୀଙ୍କ ନାଁରେ ଘରୋଇ ହିଂସା ଅଭିଯୋଗ କରିଥିଲେ। ବିବାହର କିଛି ଦିନ ପରେ ଗୋଆ ଯାତ୍ରା ସମୟରେ ସାମ ପୁନମଙ୍କୁୁ ଆକ୍ରମଣ କରିଥିଲେ।

Share