ପୁନମ୍‌ଙ୍କୁ ଅକଥନୀୟ ନିର୍ଯାତନା ଦେଉଥିଲେ ପୂର୍ବସ୍ବାମୀ

ବମ୍ବେ: ପୂର୍ବ ସ୍ବାମୀଙ୍କ ବିରୋଧରେ ବିଷ ଓଗାଳିଲେ ମଡେଲ ତଥା ଅଭିନେତ୍ରୀ ପୁନମ୍‌ ପାଣ୍ଡେ। ଏକତା କପୁରଙ୍କ ଦ୍ୱାରା ନିର୍ମିତ ରିଆଲିଟି ଶୋ’ ‘ଲକ୍‌ ଅପ୍‌’ରେ ପ୍ରତିଯୋଗୀ ଭାବେ ଯୋଗ ଦେଇଛନ୍ତି ସେ। ଶୋ’ରେ ବିବାହର ହୃଦୟଥରା ଯନ୍ତ୍ରଣା ବିଷୟରେ ସେ ଜଣାଇଛନ୍ତି।

ଶୋ’ର ଅନ୍ୟ ପ୍ରତିଯୋଗୀ କରଣବୀର ବୋହ୍‌ରା ଏବଂ ପାୟଲ ରୋହତଗୀଙ୍କ ସହ କଥା ହୋଇ ପୁନମ୍‌ କହିଛନ୍ତି, ସାମ୍‌ ବମ୍ବେଙ୍କୁ ବିବାହ କରିବା ପରେ ସେ ତାଙ୍କ ଘରକୁ ଯାଇଥିଲେ। ତାହା ଚାରି ମହଲା ବିଶିଷ୍ଟ ଥିଲା। ହେଲେ ଗୋଟିଏ କୋଠରୀ ଛାଡ଼ି ଦେଲେ ସାମ୍‌ ଅନ୍ୟ କୋଠରୀକୁ ତାଙ୍କୁ ଯିବାକୁ ଦେଉ ନ ଥିଲେ। ଘର ଭିତରେ ଫୋନ୍‌କୁ ହାତ ଲଗାଇବାକୁ ଅନୁମତି ନ ଥିଲା। ଏପରିକି ତାଙ୍କୁ ନିର୍ଯାତନା ଦେବାକୁ ଯାଇ ସାମ୍‌ ଲଗାତାର ଭାବେ ଗୋଟିଏ ଜାଗାକୁ ମାରୁଥିଲେ। ଏଥିଯୋଗୁ ତାଙ୍କର ‘ବ୍ରେନ୍‌ ହାମ୍‌ରେଜ୍‌’ ହୋଇଯାଇଥାନ୍ତା। କେବଳ ଏତିକି ନୁହେଁ ସାମ୍‌ ମଦୁଆ ଥିଲେ। ସକାଳ ୧୦ଟାରୁ ସେ ମଦ ପିଇବା ଆରମ୍ଭ କରୁଥିଲେ। ରାତି ଅଧ ଯାଏ ତାହା ସେହିଭଳି ଚାଲୁଥିଲା ବୋଲି ପୁନମ୍‌ ଖୁଲାସା କରିଛନ୍ତି।

ତେବେ ପୁନମ ୨୦୨୦ ସେପ୍ଟେମ୍ବରରେ ପ୍ରେମିକ ତଥା ନିର୍ମାତା ସାମଙ୍କୁ ବିବାହ କରିଥିଲେ। ହେଲେ ୨୦୨୧ରେ ଡାକ୍ତରଖାନାରେ ପୁନମଙ୍କୁ ଭର୍ତ୍ତି କରାଯିବା ପରେ ପୋଲିସ ସାମ୍‌ଙ୍କୁ ଗିରଫ କରିଥିଲା।

Share