ଇନଷ୍ଟାଗ୍ରାମ ଆକାଉଣ୍ଟ ଡିଲିଟ୍ କଲେ ପୁନମ!

ମୁମ୍ବାଇ: ବୋଲ୍ଡ ଆକ୍ଟ୍ରେସ୍ ପୁନମ ପାଣ୍ଡେ ତାଙ୍କ ପ୍ରଶଂକଙ୍କୁ ନିରାଶ କରିଛନ୍ତି । ସେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ଡିଲିଟ କରି ଟୁଇଟରରେ ଖ୍ରୀଷ୍ଟମାସର ଶୁଭେଚ୍ଛା ଜଣାଇଛନ୍ତି । ତାଙ୍କ ସ୍ୱାମୀ ସାମ ବମ୍ବେ ଏହି ଅପଡେଟସ୍ ଶେୟାର କରିଛନ୍ତି । ପୁନମଙ୍କ ପ୍ରଶଂସକମାନେ ସେତେବେଳେ ନିରାଶ ହୋଇଥିଲେ ଯେତେବେଳେ ସେମାନେ ପୁନମଙ୍କ ଇନଷ୍ଟା ଆକାଉଣ୍ଟ ଗାୟବ ହୋଇଯାଇଥିବା ଦେଖିଥିଲେ । ଏହାସହ ତାଙ୍କର କୌଣସି ପୋଷ୍ଟ ବି ଦେଖିବାକୁ ପାଇ ନ ଥିଲେ । ହେଲେ କେଉଁ କାରଣ ପାଇଁ ପୁନମ ତାଙ୍କ ଇନଷ୍ଟା ଆକାଉଣ୍ଟ ଡିଲିଟ କରିଛନ୍ତି ତାହା ଏପର୍ଯ୍ୟନ୍ତ ଜଣାପଡି ନାହିଁ । ତେବେ ତାଙ୍କ ସ୍ୱାମୀ ସାମ ବମ୍ବେଙ୍କ ସୂଚନା ଅନୁଯାୟୀ ପ୍ରଶଂସକ ଏବେ ଓନଲି ଫ୍ୟାନ୍ସ, ପୁନମ ପାଣ୍ଡେ ଟିଭିରେ ଫଲୋ କରିପାରିବେ । ଅନ୍ୟପଟେ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଟୁଇଟରରୁ ମିଳିଥିବା ସୂଚନା ଅନୁଯାୟୀ, ଅଭିନେତ୍ରୀ ପୁଣିଥରେ ଇନଷ୍ଟାଗ୍ରାମରେ ଏକ ନୂଆ ଇନଷ୍ଟା ଆକାଉଣ୍ଟ ଖୋଲିଛନ୍ତି । ଯେଉଁଥିରେ ଏବେ ପର୍ଯ୍ୟନ୍ତ ତାଙ୍କସହ ୯୫ ହଜାରରୁ ଅଧିକ ଫଲୋୟର୍ସ ଯୋଡି ହୋଇ ସାରିଛନ୍ତି ବୋଲି ଜଣାପଡିଛି ।

Share