Advertisement
Categories: ଜାତୀୟ

ପ୍ରାର୍ଥିପତ୍ର ଦାଖଲ କଲେ ପୁନମ

ଲକ୍ଷ୍ନୌ,୧୮।୪: ବଲିଉଡ୍‌ ଅଭିନେତା ଶତ୍ରୁଘ୍ନ ସିହ୍ନାଙ୍କ ପତ୍ନୀ ପୁନମ ସିହ୍ନା ଲକ୍ଷ୍ନୌ ସଂସଦୀୟ ନିର୍ବାଚନମଣ୍ଡଳୀରୁ ଗୁରୁବାର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। କିଛିଦିନ ତଳେ ଶ୍ରତୁଘ୍ନ ଭାଜପା ଉପରେ ଅସନ୍ତୁଷ୍ଟ ହୋଇ କଂଗ୍ରେସରେ ଯୋଗ ଦେଇଥିଲେ। ଆଉ ଦୁଇ ଦିନ ପୂର୍ବରୁ ପୁନମ ସମାଜବାଦୀ ପାର୍ଟି(ଏସ୍‌ପି)ରେ ଯୋଗ ଦେଇଥିଲେ। ଏବେ ପୁନମ ସ୍ବରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଜଣାପଡିଛି। ଉତ୍ତର ପ୍ରଦେଶରେ ଏଥର ଏସ୍‌-ବିଏସ୍‌ପି ମେଣ୍ଟ ହୋଇ ନିର୍ବାଚନ ଲଢୁଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share