ପୁନମଙ୍କ ହୃଦୟ ଭାଙ୍ଗିଲା

ମୁମ୍ବାଇ: ଆଜିକାଲି କଙ୍ଗନା ରାଣାଓ୍ବତଙ୍କ ରିୟାଲିଟି ଶୋ’ ଲକ୍‌ ଅପ୍‌’ରେ ଅନେକ କିଛି ଦେଖିବାକୁ ମିଳୁଛି। ପ୍ରତିଯୋଗୀଙ୍କ ହାସ୍ୟରସ୍ୟ ଲୋକଙ୍କୁ ବେଶ୍‌ ମନୋରଞ୍ଜନର ଖୋରାକ ଯୋଗାଇବା ସହ ପ୍ରତିଯୋଗୀମାନଙ୍କ ମଧ୍ୟରେ ଅନେକ ଝଗଡ଼ା ଦେଖିବାକୁ ମିଳିଛି। ଶେଷ ସପ୍ତାହରେ ଏକ ସ୍ଥାନ ପାଇଁ ସମସ୍ତେ ପରସ୍ପରକୁ ପ୍ରତିଯୋଗିତା ଦେଉଛନ୍ତି। ଶୋ’ରେ ପୁନମ ପାଣ୍ଡେଙ୍କ ସହ ମୁନାଓ୍ବରଙ୍କ ଏକ ସ୍ବତନ୍ତ୍ର ବନ୍ଧନ ଦେଖିବାକୁ ମିଳିଥିଲା। କିନ୍ତୁ ଯେତେବେଳେ ସେ ଜାଣିବାକୁ ପାଇଲେ ଯେ, ସେ ପୁନମ ପାଣ୍ଡେଙ୍କୁ ପ୍ରତାରଣା କରୁଛନ୍ତି। ସେତେବେଳେ ସେ କାନ୍ଦିଥିଲେ।

ଶୋ’ରେ ସାଇଶା ସିନ୍ଦେ, ମୁନାଓ୍ବର୍‌ ଏବଂ ଅଞ୍ଜଳିଙ୍କ ସହ ପୁନମଙ୍କର ଭଲ ବନ୍ଧୁତା ଥିଲା। କିନ୍ତୁ ତିନିଜଣ ଏକାଠି ହୋଇ ପୁନମଙ୍କୁ ବାହାର କରିଥିଲେ। ସମସ୍ତେ କହିଥିଲେ ଯେ ସେ ନିଜେ ଶୋ’ ଛାଡ଼ିବାକୁ ଚାହୁଁଛନ୍ତି। ଏହା ପରେ ପୁନମ ଭାବପ୍ରବଣ ହୋଇଉଠିଥିଲେ।

ପୁଣମ ତାଙ୍କ ସ୍ପଷ୍ଟୀକରଣରେ କହିଛନ୍ତି, ଏହି ସମୟରେ ତାଙ୍କର ଅନେକ ସ୍ବାସ୍ଥ୍ୟ ସମସ୍ୟା ରହିଛି, ଯେଉଁଥିପାଇଁ ସେ ଶୋ’ରେ ଠିକ୍‌ ପ୍ରଦର୍ଶନ କରିପାରି ନ ଥିଲେ। ଏହା ପରେ ପୁଣମ ମୁନାଓ୍ବରଙ୍କୁ କହିଥିଲେ, ମୁଁ ଅନେକ କାର୍ଯ୍ୟ ସମୟରେ ଆପଣଙ୍କୁ ଜିତାଇ ଦେଇଛି। ମୋର ସ୍ବାସ୍ଥ୍ୟଗତ ସମସ୍ୟା ରହିଛି, ଯାହା ମୁଁ କ୍ୟାମେରା ଆଗରେ କହିପାରିବି ନାହିଁ। ମୁଁ ତଥାପି ହସ୍ପିଟାଲରୁ ଫେରି ଖେଳୁଛି।

Share