Categories: ଜାତୀୟ

ମସ୍କଙ୍କୁ ପୁନାଓ୍ବାଲାଙ୍କ ପରାମର୍ଶ, ଟୁଇଟର ନ କିଣି ଭାରତରେ ନିବେଶ କରିବା ଲାଭଦାୟକ…

ନୂଆଦିଲ୍ଲୀ, ୮।୫ : ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ସିଇଓ ଆଦର ପୁନାୱାଲା ଟୁଇଟରର ନୂତନ ମାଲିକ ଏଲୋନ ମସ୍କଙ୍କୁ ଭାରତରେ ପୁଞ୍ଜି ବିନିଯୋଗ କରିବାକୁ ପରାମର୍ଶ ଦେଇଛନ୍ତି। ସେ ଟୁଇଟ୍‌ କରି କହିଛନ୍ତି ଯେ ଯଦି ଆପଣ ଟୁଇଟର କିଣିବାକୁ ଚାହୁଁନାହାଁନ୍ତି, ତେବେ ସେହି ପୁଞ୍ଜିରୁ କିଛି ଅଂଶକୁ ଭାରତରେ ବିନିଯୋଗ କରିବା ସହିତ ଉଚ୍ଚମାନର ଟେସଲା କାର ନିର୍ମାଣ କରିବାକୁ ଚିନ୍ତା କରନ୍ତୁ। ପୁନାୱାଲା ଏହା ମଧ୍ୟ କହିଛନ୍ତି ଯେ ଏହା ଆପଣଙ୍କର ସର୍ବୋତ୍ତମ ନିବେଶ ହେବ।

ମାଇକ୍ରୋ ବ୍ଲଗିଂ ସାଇଟ ଟୁଇଟର ଅଧିଗ୍ରହଣ ବିଷୟରେ ନିକଟରେ ଘୋଷଣା କରିଥିବା ବିଲିୟନେୟାର ଏଲୋନ ମସ୍କ ଏହି ଚୁକ୍ତି ପାଇଁ ନିବେଶକଙ୍କ ଠାରୁ ୭ ବିଲିୟନ ଡଲାରରୁ ଅଧିକ ସଂଗ୍ରହ କରିବାରେ ସଫଳ ହୋଇଛନ୍ତି। ମସ୍କରଙ୍କ ନିବେଶ ପ୍ରସ୍ତାବର ଅଂଶ ହେବାକୁ ପ୍ରସ୍ତୁତ ନିବେଶକମାନଙ୍କ ମଧ୍ୟରେ ଓରାକଲ ସହ-ପ୍ରତିଷ୍ଠାତା ଲ୍ୟାରି ଏଲିସନ ମଧ୍ୟ ଅଛନ୍ତି ।

ଆମେରିକାର ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ କମିଶନଙ୍କୁ ପ୍ରଦାନ କରାଯାଇଥିବା ସୂଚନା ଅନୁଯାୟୀ ସେକ୍ୱୋଆ କ୍ୟାପିଟାଲ ପାଣ୍ଠି ଟୁଇଟର ଅଧିଗ୍ରହଣ ଚୁକ୍ତିରେ ୮୦ କୋଟି ଡଲାର୍‌ ଏବଂ ଭିକ୍ୟାପିଟାଲ ୭୦ କୋଟି ଡଲାର୍‌ ପ୍ରଦାନ କରିଛି। ତେବେ ଏକ ବିଲିୟନ( ଶହେ କୋଟି) ଡଲାର ବିନିଯୋଗ କରିବାକୁ ରାଜି ହୋଇଥିବା ଏଲିସନ ଆଗରେ ଅଛନ୍ତି। ଆଲିସନ ମସ୍କଙ୍କ କମ୍ପାନୀ ଟେସଲାର ନିର୍ଦ୍ଦେଶକ ବୋର୍ଡରେ ମଧ୍ୟ ଅଛନ୍ତି। ଏଥିସହ ସାଉଦି କ୍ରାଉନ ପ୍ରିନ୍ସ ଅଲୱାଲିଡ ବିନ ତାଲାଲ ବିନ ଅବଦୁଲାଜିଜ ଆଲସାଉଡ ମସ୍କଙ୍କ ସମର୍ଥନରେ ଟୁଇଟର ଶେୟାର କିଣିବାକୁ ୩.୫ କୋଟି ଡଲାରର ପ୍ରତିଶ୍ରୁତି ଦେଇଛନ୍ତି।

Share