Categories: ଜାତୀୟ

ପୁଞ୍ଚରେ ତଲାସି ଜୋର୍‌ଦାର: ୩୦ ଅଟକଙ୍କୁ ପଚରାଉଚରା

ଜମ୍ମୁ,୨୩ା୪: ଜମ୍ମୁ-କଶ୍ମୀରର ପୁଞ୍ଚସ୍ଥିତ ମେନ୍ଧାର ଅଞ୍ଚଳରେ ଆତଙ୍କବାଦୀ ଆକ୍ରମଣରେ ୫ ଯବାନ ଶହୀଦ ହୋଇଥିଲେ। ଏହି ଘଟଣାରେ ୩୦ ଜଣଙ୍କୁ ପଚରାଉଚରା ଲାଗି ଅଟକ ରଖାଯାଇଛି। ଏକ ସେନା ଭ୍ୟାନ୍‌କୁ ବାଟା ଦୋରିୟାର ଘଞ୍ଚ ଜଙ୍ଗଲରେ ଆତଙ୍କବାଦୀମାନେ ଗ୍ରେନେଡ୍‌ ମାଡ଼ କରିଥିଲେ। ଫଳରେ ଭ୍ୟାନ୍‌ରେ ନିଆଁ ଲାଗିଯିବାରୁ ଆତଙ୍କବାଦ ନିରୋଧୀ ଅପରେଶନରେ ନିୟୋଜିତ ଥିବା ରାଷ୍ଟ୍ରୀୟ ରାଇଫଲ୍ସ ୟୁନିଟ୍‌ର ଲାନ୍ସ ନାଏକ, ଦେବାଶିଷ ବିଶ୍ୱାଳ ଏବଂ ପଞ୍ଜାବର ୪ଜଣ ଯବାନ ଶହୀଦ ହୋଇଥିଲେ। ଏନେଇ ସେନାର କମାଣ୍ଡର ଲୁଟ୍‌ନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ କହିଛନ୍ତି, ଆତଙ୍କବାଦୀମାନଙ୍କୁ ଧରିବା ପାଇଁ ସବୁ ପ୍ରକାର ଉଦ୍ୟମ ଜାରି ରହିଛି। ଆକ୍ରମଣ ପରେ ବନ୍ଦ ଥିବା ଜମ୍ମୁ-ପୁଞ୍ଚ ଜାତୀୟ ରାଜପଥକୁ ରବିବାର ଯାନବାହନ ଚଳାଚଳ ପାଇଁ ଖୋଲାଯାଇଛି। ପୁଞ୍ଚ ଓ ରାଜୌରି ଜିଲାର ସୀମାନ୍ତ ଅଞ୍ଚଳରେ ସର୍ଚ୍ଚ ଅପରେଶନକୁ ଜୋର୍‌ଦାର କରାଯାଇଛି। ଏହି ମାମଲାରେ ଅଦ୍ୟାବଧି ୩୦ ଜଣଙ୍କୁ ଅଟକ ରଖାଯାଇଥିବା ସେ କହିଛନ୍ତି।

Share