Posted inଜାତୀୟ

‘ଶହୀଦ ଯବାନଙ୍କ ପ୍ରତିଶୋଧ ନିଅ ମୋଦି ସରକାର’, ପୁଞ୍ଛ ଆକ୍ରମଣକୁ ନେଇ ରାଗିଲା ଶିବସେନା-ବିଲାଓ୍ବଲଙ୍କ ଭାରତ ଗସ୍ତକୁ ବିରୋଧ

ମୁମ୍ବାଇ,୨୧।୪: ଜମ୍ମୁ-କଶ୍ମୀରକୁ ଲାଗି ରହିଥିବା ପୁଞ୍ଛ ଜିଲାର ଭିମ୍ବର ଗଳି ଅଞ୍ଚଳରେ ଗୁରୁବାର ୨୦ ଏପ୍ରିଲରେ ଏକ ସେନା ଗାଡି ଉପରକୁ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଫଳରେ ଏଥିରେ ୫ ଭାରତୀୟ ଶହୀଦ ହୋଇଯାଇଥିଲେ। ଏବେ ଏହାକୁ ନେଇ ଶିବସେନା(ଉଦ୍ଧବ ବାଲା ସାହେବ ଠାକରେ) ଶୁକ୍ରବାର ୨୧ ଏପ୍ରିଲରେ ସେନାଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛି। ଏହି ଆକ୍ରମଣକୁ ବିରୋଧ କରି ଜମ୍ମୁ-କଶ୍ମୀର ଶିବସେନା ୟୁନିଟ ଜମ୍ମୁରେ ଜୋରଦାର ପ୍ରଦର୍ଶନ କରିଛନ୍ତି। ପ୍ରଦର୍ଶନକାରୀ ପାକିସ୍ତାନର ଜାତୀୟ ପତାକା, ଏହି ଆକ୍ରମଣପାଇଁ ନିଜକୁ ଦାୟୀ କରିଥିବା ପାକିସ୍ତାନ ଆତଙ୍କବାଦୀ ସଙ୍ଗଠନ ଜୈଶ-ଏ-ମହମ୍ମଦ/ପିଏଏଫଏଫର  ପୁତ୍ତଳିକା ଦାହ କରିଛନ୍ତି।

ଦଳର ପ୍ରଦେଶ ମୁଖ୍ୟ ମନିଷ ସାହନିଙ୍କ ନେତୃତ୍ୱରେ ଜମ୍ମୁର ରୁପ ନଗରସ୍ଥିତ ପାର୍ଟି କାର୍ଯ୍ୟାଳୟ ନିକଟରେ ଶିବସେନା କର୍ମୀ ଏକାଠି ହୋଇଥିଲେ। ଶିବ ସୈନିକ ପାକିସ୍ତାନକୁ ଟାର୍ଗେଟ କରି ଶହୀଦ ଭାରତୀୟ ଯବାନଙ୍କ ପ୍ରତିଶୋଧ ନେବାକୁ ଦାବି କରିବା ସହ ଜୈଶ-ଏ-ମହମ୍ମଦର ପିଏଫଏଫ ଓ ପାକିସ୍ତାନ ବିରୋଧରେ ଜୋରଦାର ବିରୋଧ ପ୍ରଦର୍ଶନ କରିଛନ୍ତି। ସାହନି କହିଛନ୍ତି ପାକିସ୍ତାନ ୩ ଥର ସିଧା ସଳଖ ଭାବେ ଭାରତଠାରୁ ଯୁଦ୍ଧରେ ହାରି ସାରିଲାଣି।
ଏହାସହ ସାହନି ଆହୁରି ମଧ୍ୟ ଦାବି କରିଛନ୍ତି କି ଭାରତୀୟ ସେନାଙ୍କୁ ହତ୍ୟା କରିଥିବା ଦେଶରୁ ଆସୁଥିବା ପାକିସ୍ତାନର ମନ୍ତ୍ରୀ ବିଲାଓ୍ବଲ ଭୁଟ୍ଟୋଙ୍କୁ ଭାରତ ମାଟିରେ ପାଦ ରଖିବାକୁ ଅନୁମତି ନ ଦିଅନ୍ତୁ ମୋଦି ସରକାର।


Enter your email to get our daily news in your inbox.

All Right Reserved By Dharitri.Com

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri