ଗରିବ ଛାତ୍ରଙ୍କ ମହଙ୍ଗା କାର୍‌, ପୋଲ୍‌ ଖୋଲିବାରୁ ପରିବାର ଫେରାର

ଦିଲ୍ଲୀର ଚାଣକ୍ୟପୁରୀ ଅଞ୍ଚଳରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଜଣେ ଧନୀ ବ୍ୟକ୍ତି ନିଜ ସନ୍ତାନକୁ ନାମୀ ସ୍କୁଲରେ ଆଡମିଶନ କରିବା ପାଇଁ ଏମିତି ପନ୍ଥା ଆପଣାଇ ଥିଲେ, ଯାହା ଜଣାପଡିବା ପରେ ମାମଲା କୋର୍ଟରେ ପହଞ୍ଚିଛି। ସୂଚନାଯୋଗ୍ୟ, ଜଣେ ଧନୀ ବ୍ୟକ୍ତି ନିଜକୁ ଗରିବ ଦର୍ଶାଇ ଏକ ନାମୀ ସ୍କୁଲରେ ପିଲାର ନର୍ସରୀ ଆଡମିଶନ କରିଥିଲେ। ଯେତେବେଳେ ପିଲାଟି କାରରେ ସ୍କୁଲକୁ ଆସିଥିଲୋ ସେତେବେଳେ ଉକ୍ତ ବ୍ୟକ୍ତିଙ୍କ ପୋଲ୍‌ ଖୋଲିଯାଇଥିଲା। ସ୍କୁଲ ପ୍ରଶାସନକୁ ସନ୍ଦେହ ହେବାରୁ ସେମାନେ ମାମଲାର ଯାଞ୍ଚ୍‌ କରି ଜାଣିବାକୁ ପାଇଥିଲେ ଯେ, ପିଲାଟିର ମାତାପିତା କେବଳ ନକଲି ପନ୍ଥା ଆପଣାଇ ଆଡମିଶନ କରି ନ ଥିଲେ, ଅନ୍ୟ ଲୋକଙ୍କ ସହାୟତା ନେଇ ନକଲି ମାତାପିତାଙ୍କୁ ସ୍କୁଲକୁ ପଠାଉଥିଲେ। ମାମଲା କୋର୍ଟରେ ପହଞ୍ଚିବାରୁ ଅଭିଯୁକ୍ତ ମାତାପିତା ଫେରାର ହୋଇଯାଇଛନ୍ତି।

Share