Categories: ଖେଳ

ଶେଷ ୬ ଓଭରରେ ଧୂଆଁଦାର ବ୍ୟାଟିଂ

ଶାରଜା,୨୯।୧୦: ଚଳିତ ଟି୨୦ ବିଶ୍ୱକପ୍‌ରେ ପ୍ରଥମ ଦୁଇ ମ୍ୟାଚ୍‌ରେ ପରାଜୟର ସମ୍ମୁଖୀନ ହୋଇଥିବା ଡିଫେଣ୍ଡିଂ ଚାମ୍ପିୟନ ଓ୍ବେଷ୍ଟଇଣ୍ଡିଜ ଶୁକ୍ରବାର ବାଂଲାଦେଶ ଆଗରେ ୧୪୩ ରନ୍‌ର ବିଜୟ ଲକ୍ଷ୍ୟ ଛିଡ଼ା କରିଛି। ବାଂଲାଦେଶର ବୋଲିଂ ଆଗରେ କିରନ ପୋଲାର୍ଡଙ୍କ ନେତୃତ୍ୱାଧୀନ ଦଳ ପ୍ରଥମ ୧୪ ଓଭରରେ ୪ ଉଇକେଟ ହରାଇ ମାତ୍ର ୭୦ ରନ୍‌ କରିଥିଲା। ଲାଗୁଥିବା ଦଳ ୧୨୦ ରନ୍‌ ଅତିକ୍ରମ କରିବା କଷ୍ଟକର ହେବ। କିନ୍ତୁ ଅନ୍ତିମ ୬ ଓଭରରେ ୭୨ ରନ୍‌ ଯୋଡ଼ି ପରିସ୍ଥିତି ବଦଳି ଦେଇଥିଲେ ନିକୋଲାସ ପୁରାନ। ସେ ୨୨ ବଲରେ ୪୦ ରନ୍‌ର ଇନିଂସ ଖେଳି ଦଳକୁ ସମ୍ମାନ ଜନକ ସ୍କୋରରେ ପହଞ୍ଚାଇଥିଲେ। ତାଙ୍କ ଇନିଂସରେ ୧ ଚୌକା ଓ ୪ ଛକା ଥିଲା। ଏହାବାଦ୍‌ ଜାସନ ହୋଲ୍ଡର ୧୫ ଓ ରଷ୍ଟନ ଚେଜଙ୍କ ୩୯ ରନ୍‌ର ପାଳି ଯୋଗୁ ଓ୍ବେଷ୍ଟଇଣ୍ଡିଜ ୨୦ ଓଭରରେ ୭ ଉଇକେଟ ହରାଇଈ ୧୪୨ ରନ୍‌ କରିବାକୁ ସକ୍ଷମ ହୋଇଛି।

ବାଂଲାଦେଶ ପାଇଁ ମେହଦି ହାସନ, ଶରିଫୁଲ ଇସ୍ଲାମ ଓ ମୁସ୍ତାଫିଜୁର ରେହମାନ ୨ ଲେଖାଏ ଉଇକେଟ ନେଇଥିଲେ।

Share