ଅହମ୍ମଦାବାଦ,୩୦।୪ : ଦେଶରେ କୋଭିଡ୍-୧୯ ଯୋଗୁ ଅତି ଭୟଙ୍କର ସ୍ଥିତି ସୃଷ୍ଟି ହୋଇ ଥିବାବେଳେ ସାହାଯ୍ୟ ପାଇଁ ଆଗେଇ ଆସୁଛନ୍ତି ଗୋଟିଏ ପରେ ଗୋଟିଏ ବିଦେଶୀ ଖେଳାଳି। କିଙ୍ଗ୍ସ ପଞ୍ଜାବ ବ୍ୟାଟ୍ସମ୍ୟାନ ନିକୋଲାସ ପୁରନ ନିଜ ଆଇପିଏଲ ଦରମାର କିଛି ଅଂଶ ଲୋକଙ୍କ ସହାୟତା ପାଇଁ ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଟୁଇଟରରେ ପୁରନ ଲେଖିଛନ୍ତି, “ମହାମାରୀ ଯୋଗୁ ବହୁ ଦେଶ ସଂଘର୍ଷ କରୁଛନ୍ତି। କିନ୍ତୁ ବର୍ତ୍ତମାନ ଭାରତରେ ସ୍ଥିତି ଅତ୍ୟନ୍ତ ଜଟିଳ। ମୁଁ ମୋ ଆଡ଼ୁ ସଚେତନତା ବୃଦ୍ଧି କରିବା ସହ ଆର୍ଥତ୍କ ସହାୟତା ଦେଉଛି। #ପ୍ରେଫର୍ଇଣ୍ଡିଆ ”।