Posted inଜାତୀୟ

ସବୁଠୁ ଗରିବ ମୁଖ୍ୟମନ୍ତ୍ରୀ ମମତା

କୋଲକାତା,୧୨ା୪: ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କରେ ଏଡିଆର୍‌ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି । ତେବେ ଦେଶର ୨୮ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀମାନଙ୍କ ମଧ୍ୟରେ ସବୁଠୁ ଧନୀ ମୁଖ୍ୟମନ୍ତ୍ରୀ କିଏ ଏବଂ କିଏ ସବୁଠାରୁ ଗରିବ ମୁଖ୍ୟମନ୍ତ୍ରୀ ଆଉ କେଉଁ ମୁଖ୍ୟମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା କେତେ ତାହା ଜାଣିବା ପାଇଁ ସମସ୍ତଙ୍କର ଆଗ୍ରହ ରହିଥାଏ। ଗତ ନିର୍ବାଚନ ସମୟରେ ଦେଶର ମୁଖ୍ୟମନ୍ତ୍ରୀମାନେ ଦେଇଥିବା ସମ୍ପତ୍ତି ମୂଲ୍ୟକୁ ଭିତ୍ତିକରି ଦେଶର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୩୦ ମୁଖ୍ୟମନ୍ତ୍ରୀଙ୍କ ଏକ ତାଲିକା ପ୍ରସ୍ତୁତ କରାଯାଇଛି। ତେବେ ଜାଣନ୍ତୁ ଏହି ତାଲିକା ସମ୍ପର୍କରେ…

୩୦ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଧନୀ ମୁଖ୍ୟମନ୍ତ୍ରୀଙ୍କ ଶୀର୍ଷରେ ରହିଛନ୍ତି। ତାଙ୍କ ସମ୍ପତ୍ତିର ମୂଲ୍ୟ ୫୧୦ କୋଟି। ସେହିପରି ଦ୍ୱିତୀୟରେ ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପ୍ରେମା ଖାଣ୍ଡୁଙ୍କ ନିକଟରେ ୧୬୩ କୋଟି ଟଙ୍କାର ସମ୍ପତ୍ତି ରହିଛି। ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୃତୀୟ ସର୍ବାଧିକ ଧନୀ ତାଲିକାରେ ଅଛନ୍ତି। ନବୀନଙ୍କ ସ୍ଥାବର ଅସ୍ଥାବର ସମ୍ପତ୍ତି ମୂଲ୍ୟ ମୋଟ୍‌ ୬୩ କୋଟି ଟଙ୍କା। ସବୁଠାରୁ ଗରିବ ମୁଖ୍ୟମନ୍ତ୍ରୀ ହେଉଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ମମତାଙ୍କ ସମ୍ପତ୍ତିର ମୂଲ୍ୟ ସବୁ ମୁଖ୍ୟମନ୍ତ୍ରୀଙ୍କଠାରୁ କମ୍‌ ରହିଛି। ତେବେ ମମତାଙ୍କ ସମ୍ପତ୍ତିର ମୂଲ୍ୟ ମାତ୍ର ୧୫ ଲକ୍ଷ ଥିବା ତାଲିକାରେ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଝାଡଖଣ୍ଡ ନା ଦିଲ୍ଲୀ…ରଘୁବରଙ୍କୁ ବଡ଼ ଦାୟିତ୍ୱ!

ନୂଆଦିଲ୍ଲୀ,୨୫।୧୨: ଓଡିଶାରେ ରାଜ୍ୟପାଳ ପଦରୁ ଇସ୍ତଫା ଦେବା ପରେ ରଘୁବର ଦାସଙ୍କୁ ନେଇ ଦିଲ୍ଲୀରୁ ରାଞ୍ଚି ପର୍ଯ୍ୟନ୍ତ ଚର୍ଚ୍ଚା ଜୋର ଧରିଛି। ଏନେଇ ଅନେକ ରାଜନୈତିକ...

ପୁସ୍ତକ ପ୍ରେମୀଙ୍କୁ ବଡ଼ ଝଟ୍‌କା, ଇଣ୍ଡିଆ ପୋଷ୍ଟ ବନ୍ଦ କଲା ‘ବୁକ୍‌ ପୋଷ୍ଟ’ ସେବା

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ପୋଷ୍ଟ ୧୮ ଡିସେମ୍ବର ୨୦୨୪ରେ ନିଜର ‘ବୁକ୍‌ ପୋଷ୍ଟ’ ସେବାକୁ ବନ୍ଦ କରି ପୁସ୍ତକ ପ୍ରେମୀଙ୍କ ସହ ପୁସ୍ତକ ବ୍ୟବସାୟୀଙ୍କୁ ବଡ଼ ଝଟ୍‌କା...

ନବୀନ ପଟ୍ଟନାୟକ ଭାରତ ରତ୍ନ ପାଇବା ଉଚିତ୍, ଦାବି କଲେ କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ, ୨୫।୧୨: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭାରତ ରତ୍ନ ଦେବାକୁ ଦାବି କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ। ସେହିପରି ବିହାର ମୁଖ୍ୟମନ୍ତ୍ରୀ...

ସଂସଦ ଭବନ ନିକଟରେ ନିଜକୁ ନିଆଁ ଲଗାଇଲେ ବ୍ୟକ୍ତି, ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି

ନୂଆଦିଲ୍ଲୀ, ୨୫।୧୨: ସଂସଦ ଭବନ ନିକଟରେ ଜଣେ ବ୍ୟକ୍ତି ନିଜକୁ ନିଆଁ ଲଗାଇ ଦେଇଛନ୍ତି। ନିକଟରେ ଥିବାସୁରକ୍ଷାକର୍ମୀମାନ ତୁରନ୍ତ ବ୍ୟକ୍ତି ଜଣଙ୍କୁ ଡାକ୍ତରଖାନା ପଠାଇଥିଲେ। ଖବର...

ବାଂଲାଦେଶୀଙ୍କୁ ଚିହ୍ନଟ କରି ଦେଶରୁ ବାହାର କରିବାର ସମୟ ଆସିଛି: ଗିରିରାଜ ସିଂ

ନୂଆଦିଲ୍ଲୀ,୨୫।୧୨: କେନ୍ଦ୍ର ମନ୍ତ୍ରୀ ତଥା ବେଗୁସରାଇ ଏମପି ଗିରିରାଜ ସିଂ ବୁଧବାର କହିଛନ୍ତି ଯେ ବର୍ତ୍ତମାନ ସମୟ ଆସିଛି ଯେ ବାଂଲାଦେଶୀମାନଙ୍କୁ ଚିହ୍ନଟ କରିବାକୁ ଚେଷ୍ଟା...

ଶୁଭେନ୍ଦୁ ଅଧିକାରୀଙ୍କୁ ଟାର୍ଗେଟ କରିପାରନ୍ତି ବାଂଲାଦେଶୀ ଆତଙ୍କବାଦୀ ସଙ୍ଗଠନ, ଚେତାବନୀ ଦେଲା ଗୁଇନ୍ଦା ସଂସ୍ଥା

କୋଲକାତା,୨୫।୧୨: ବିଧାନସଭାରେ ବିରୋଧୀଦଳର ନେତା (ଏଲଓପି) ଉପରେ ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ କେନ୍ଦ୍ରୀୟ ଗୁପ୍ତଚର ଏଜେନ୍ସିମାନେ ପଶ୍ଚିମବଙ୍ଗ ସରକାରଙ୍କୁ ସତର୍କ କରାଇଛନ୍ତି। ଏହି ଆକ୍ରମଣ...

ରାଜକୁମାରୀଙ୍କୁ ଲଭ୍‌ ଲେଟର୍‌ ଦେଇଥିଲେ ବାଜପେୟୀ, ଉତ୍ତରରେ…ଜାଣନ୍ତୁ ଅଟଳଙ୍କ ଲଭ୍‌ଷ୍ଟୋରୀ

ନୂଆଦିଲ୍ଲୀ,୨୫।୧୨: ଆଜି ସାରା ଦେଶରେ ଅଟଳ ବିହାରୀ ବାଜପେୟୀଙ୍କ ୧୦୦ ତମ ଜନ୍ମ ବାର୍ଷିକୀ ପାଳନ କରାଯାଉଛି। ବାଜପେୟୀ ଜଣେ ବଡ଼ ନେତା ତଥା ଭାରତୀୟ...

ଗିରଫ ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ! ବଡ଼ ଦାବି କଲେ କେଜ୍‌ରିଓ୍ବାଲ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୫।୧୨: ବୁଧବାର ଆମ ଆଦମୀ ପାର୍ଟି (ଏଏପି) ଜାତୀୟ ସଂଯୋଜକ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଭାଜପାକୁ କଡ଼ା ଟାର୍ଗେଟ କରିଛନ୍ତି। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri