ଓଟାଓ୍ବା,୯।୧୨: କାନାଡା ସିଙ୍ଗର ସେଲିନ ଡିଓନ୍ ବିରଳ ନ୍ୟୁରୋଲୋଜିକାଲ(ସ୍ନାୟୁ) ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ସେଲିନ ନିଜ ଇନ୍ଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରିଛନ୍ତି। ରୋଗ ଯୋଗୁ ଭବିଷ୍ୟତରେ ସେଲିନ ହ୍ୟୁମାନ୍ ଷ୍ଟାଚ୍ୟୁରେ ପରିଣତ ହୋଇଯିବେ ବୋଲି କହିଛନ୍ତି। ଶରୀର ଅସୁସ୍ଥ ଲାଗିରହିବାରୁ ସେ ଡାକ୍ତରଙ୍କ ପାଖକୁ ଯାଇଥିଲେ। ପରୀକ୍ଷା ପରେ ସେ ଏକ ବିରଳ ନ୍ୟୁରୋଲୋଜିକାଲ ରୋଗରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା। ଡାକ୍ତରଙ୍କ ପରାମର୍ଶ କ୍ରମେ ଆଗକୁ ତାଙ୍କର ଚିକିତ୍ସା ଜାରି ରହିବ।