ଦେବସହାୟମ୍‌ଙ୍କୁ ସନ୍ଥ ଘୋଷଣା କଲେ ପୋପ୍‌

ଭାଟିକାନ୍‌ ସିଟି, ୧୬ା୫: ଅଷ୍ଟାଦଶ ଶତାବ୍ଦୀରେ ହିନ୍ଦୁରୁ ଖ୍ରୀଷ୍ଟଧର୍ମ ଆପଣାଇଥିବା ଦେବସହାୟମ ପିଲାଇଙ୍କୁ କ୍ୟାଥୋଲିକ୍‌ ଚର୍ଚ୍ଚର ମୁଖ୍ୟ ପୋପ୍‌ ଫ୍ରାନ୍ସିସ୍‌ ରବିବାର ସନ୍ଥ ଘୋଷଣା କରିଛନ୍ତି। ଲାଜାରସ୍‌ ଭାବେ ମଧ୍ୟ ଜଣା ଦେବସହାୟମ୍‌ ଜନ୍ମର ୩୦୦ ବର୍ଷ ପରେ ଏହି ଉପାଧି ପାଇଛନ୍ତି। ଭାଟିକାନ୍‌ ସିଟିରେ ଆୟୋଜିତ ଏକ ଉତ୍ସବରେ ପୋପ୍‌ଙ୍କ ଦ୍ୱାରା ସନ୍ଥ ଘୋଷିତ ହେବାରେ ଦେବସହାୟମ୍‌ ହେଉଛନ୍ତି ପ୍ରଥମ ଭାରତୀୟ।

କନ୍ୟାକୁମାରୀରେ ନିଲକାନ୍ଦନ ପିଲାଇ ଏକ ହିନ୍ଦୁ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ୧୭୪୫ରେ ସେ ଖ୍ରୀଷ୍ଟ ଧର୍ମ ଅବଲମ୍ବନ କରିବା ସହ ତାଙ୍କ ନାମ ଦେବସହାୟମ ଏବଂ ଲାଜାରସ୍‌ ରଖିଥିଲେ। ଜାତିଗତ ଭେଦଭାବ ବିରୋଧରେ ଲଢ଼େଇବେଳେ ୧୭୫୨ରେ ତାଙ୍କୁ ହତ୍ୟା କରାଯାଇଥିଲା। ଭାଟିକାନ୍‌ ୨୦୧୨ରେ ତାଙ୍କୁ ବଳିଦାନକୁ ଚିହ୍ନଟ କରିଥିଲା। ୨୦୧୩ରେ ଜଣେ ମହିଳାଙ୍କ ଜୀବନରେ ବଡ଼ ଧରଣର ପରିବର୍ତ୍ତନ ଘଟିଥିଲା। ସେ ୭ ମାସର ଗର୍ଭବତୀ ଥିବାବେଳେ ଡାକ୍ତର ତାଙ୍କ ଭ୍ରୂଣକୁ ମୃତ ଘୋଷଣା କରିଥିଲେ। ସେହି ସମୟରେ ମହିଳା ଜଣକ ଦେବସହାୟମ୍‌ ନିକଟରେ ପ୍ରାର୍ଥନା କରିବା ପରେ ତାଙ୍କ ଶିଶୁ ନୂଆ ଜୀବନ ପାଇଥିବା ଦାବି କରିଥିଲେ। ଏହା ପରେ ଭାଟିକାନ୍‌ ଦେବସହାୟମ୍‌ଙ୍କୁ ସନ୍ଥ ଉପାଧି ପ୍ରଦାନ କରିଛି।

Share