ପରଲୋକରେ ଲୋକପ୍ରିୟ ଗୀତିକାର ନାସିର ଫରାଜ

ମୁମ୍ବାଇ: ପରଲୋକରେ ଲୋକପ୍ରିୟ ଗୀତିକାର ନାସିର ଫରାଜ। ଦୀର୍ଘ ଦିନ ଧରି ଏକ ଗୁରୁତର ରୋଗ ସହ ସଂଗ୍ରାମ କରି ଶେଷରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ନାସିର ଫରାଜ ହୃଦ୍‌ଘାତରେ ପୀଡିତ ଥିଲେ। ରବିବାର ହଠାତ୍‌ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା। ବଲିଉଡ ପାଇଁ ଅନେକ ହିଟ୍‌ ଗୀତ ଲେଖିଛନ୍ତି ନାସିର। ସେଥିମଧ୍ୟରୁ ୨୦୧୦ରେ ମୁକ୍ତିଲାଭ କରିଥିବା ‘କାଇଟ୍ସ’ ଚଳଚ୍ଚିତ୍ରର ଗୀତ ‘ଦିଲ କ୍ୟୁଁ ମେରା ଶୋର କରେ’ ଏବଂ ‘ଜିନ୍ଦଗୀ ଦୋ ପଲ କି’ ଦୁଇଟି ଗୀତ ସୁପରହିଟ୍‌ ହୋଇଥିଲା। ଏହା ବ୍ୟତୀତ ସେ ବାଜିରାଓ ମସ୍ତାନୀ, କ୍ରିସ, କାବିଲ ଆଦି ଅନେକ ଚଳଚ୍ଚିତ୍ର ପାଇଁ ଗୀତ ଲେଖିଛନ୍ତି।

Share