ଚେନ୍ନାଇ: ସଙ୍ଗୀତଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଜାତୀୟ ପୁରସ୍କାର ବିଜେତା କିମ୍ବଦନ୍ତୀ ଗାୟକ ବାଣୀ ଜୟରାମଙ୍କ ୭୭ ବର୍ଷ ବୟସରେ ଶନିବାର ପରଲୋକ ଘଟିଛି। ଚେନ୍ନାଇସ୍ଥିତ ଘରୁ ତାଙ୍କ ମୃତଦେହ ମିଳିଛି। ଏହି ଖବର ସମସ୍ତଙ୍କୁ ଚକିତ କରିଥିବା ବେଳେ ଚାରିଆଡେ ଶୋକର ଛାୟା ଖେଳିଯାଇଛି।
ନିକଟରେ ଜଣେ ବୃତ୍ତିଗତ ଗାୟିକା ଭାବେ ବାଣୀ ସଙ୍ଗୀତଜଗତରେ ୫୦ ବର୍ଷ ପୂରଣ କରିଥିଲେ। ସେ ତାଙ୍କ କ୍ୟାରିୟରରେ ୧୦,୦୦୦ରୁ ଅଧିକ ଗୀତ ରେକର୍ଡ କରିଥିଲେ। ବାଣୀ ଆର୍ଡି ବର୍ମନ, କେ.ଭି. ମହାଦେବନ, ଓପି ନାୟାର ଏବଂ ମଦନ ମୋହନଙ୍କ ସମେତ ଅନେକେ ପ୍ରସିଦ୍ଧ ସଙ୍ଗୀତକାରଙ୍କ ସହ କାମ କରିଥିଲେ।
ବାଣୀ ତାମିଲ, ତେଲୁଗୁ, କନ୍ନଡ,ମାଲାୟାଲାମ, ହିନ୍ଦୀ, ଉର୍ଦ୍ଦୁ, ମରାଠୀ, ବଙ୍ଗାଳୀ, ଭୋଜପୁରୀ ଏବଂ ଓଡ଼ିଆ ଭାଷାରେ ଅନେକ ଗୀତ ଗାଇଥିଲେ। ତାଙ୍କୁ ତାମିଲନାଡୁ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, କେରଳ, ଗୁଜରାଟ ଏବଂ ଓଡ଼ିଶା ପକ୍ଷରୁ ରାଜ୍ୟ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା।