ଲାଇଭ୍‌ ଶୋ’ରେ ଋଷ ଡ୍ରମରଙ୍କୁ ସ୍ବାଗତ କରିବାରୁ କ୍ଷମା ମାଗିଲା ଆମେରିକାର ଲୋକପ୍ରିୟ ରକ୍‌ ବ୍ୟାଣ୍ଡ

ଓ୍ବାଶିଂଟନ୍‌,୧୬।୮: ଆମେରିକାର ମ୍ୟୁଜିକ୍‌ ଇଣ୍ଡଷ୍ଟ୍ରିର ସବୁଠାରୁ ବଡ ଲୋକପ୍ରିୟ ରକ୍‌ ବ୍ୟାଣ୍ଡ ଦି କିଲର୍ସ ସୋସିଆଲ ମିଡିଆରେ କ୍ଷମା ମାଗିଛି। ଭୂଲ ଏତିକି ଯେ, ଦି କିଲର୍ସ ବ୍ୟାଣ୍ଡ ଜର୍ଜିଆରେ ଏକ ଲାଇଭ ଶୋ ସମୟରେ ଋଷ ଡ୍ରମରମାନଙ୍କୁ ଷ୍ଟେଜ ଉପରେ ଭାଇ ଓ ଭଉଣୀ କହି ସର୍ବ ସମ୍ମୁଖରେ ସମ୍ବୋଧନ କରିଥିଲେ।

ଏହି ଘଟଣା ପରେ ଦର୍ଶକମାନେ ହଙ୍ଗାମା କରିଥିଲେ। ଉଲ୍ଲେଖଯୋଗ୍ୟ, ଜର୍ଜିଆ ଏହାର ଉତ୍ତର ପଡୋଶୀ ଦେଶ ସହିତ ଦୀର୍ଘ ଦିନ ଧରି ତିକ୍ତତା ଲାଗି ରହିଛି। ଫେବୃଆରୀ ୨୦୨୨ରେ ମସ୍କୋ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା। ତେବେ ଏହି ବିବାଦ ହେତୁ ଲାଇଭ ଶୋ’ରେ ହଙ୍ଗାମା ହୋଇଥିଲା। ତେବେ ଏନେଇ ଦି କିଲର୍ସ ବ୍ୟାଣ୍ଡ ସୋସିଆଲ ମିଡିଆରେ କ୍ଷମା ମାଗିଛି। ବ୍ୟାଣ୍ଡ କହିଛି, ଜର୍ଜିଆ ଜନତା ବହୁତ ଭଲ ଲୋକ। କାହାକୁ ଅପମାନିତ କରିବା ଆମର ଉଦ୍ଦେଶ୍ୟ ନୁହେଁ। କିନ୍ତୁ ଅନ୍ୟ ବ୍ୟାଣ୍ଡକୁ ଆମନ୍ତ୍ରଣ କରିବା ଆମର ପୁରୁଣା ପରମ୍ପରା ରହିଛି। ଷ୍ଟେଜରେ ଆମର ମନ୍ତବ୍ୟ କେବଳ ଡ୍ରମରମାନଙ୍କୁ ନୁହେଁ ଫ୍ୟାନ୍ସମାନଙ୍କୁ ମଧ୍ୟ ପ୍ରଜୁଜ୍ୟ ଥିଲା।

Share