ଲୁଚିଛପି ବିବାହ କଲେ ଏହି ଅଭିନେତ୍ରୀ

ସାଉଥ୍‌ ଇଣ୍ଡଷ୍ଟ୍ରିରେ ଏମିତି ଅନେକ ଅଭିନେତ୍ରୀ ରହିଛନ୍ତି ଯେଉଁମାନେ ଲୁଚିଛପି ବିବାହ କରିଛନ୍ତି। ଏବେ ଏହି ତାଲିକାରେ ଯୋଡି ହୋଇଯାଇଛି ଆଉ ଏକ ନାମ। ସେ ହେଲେ ଅଭିନେତ୍ରୀ ଗୀତାଞ୍ଜଳି। ଗୀତାଞ୍ଜଳି ଥିରୁଭରୁର ନିବାସୀ ଗିରିରାଜଙ୍କୁ ଗୁପ୍ତ ବିବାହ କରିଛନ୍ତି। ଖୁବ୍‌ଘୀଘ୍ର ଅଭିନେତ୍ରୀ ସ୍ବାମୀଙ୍କ ସହ ଦୁବାଇରେ ବସବାସ କରିବେ ବୋଲି ଜଣାପଡ଼ିଛି।
ଗୀତାଞ୍ଜଳି ମାର୍ଚ୍ଚ ୨ରେ ବୈଦିକ ରୀତିରେ ବିବାହ କରିଥିଲେ। ଏହି ବିବାହରେ କେବଳ ଉଭୟ ପରିବାରର ସଦସ୍ୟ ଏବଂ ନିକଟତର ବନ୍ଧୁ ଉପସ୍ଥିତ ଥିଲେ। ଅଭିନେତ୍ରୀଙ୍କ ଜଣେ ଘନିଷ୍ଠ ବନ୍ଧୁ ଏହା ଜଣାଇଛନ୍ତି।

Share