Categories: ଜାତୀୟ

ଭବିଷ୍ୟତରେ ଜନସଂଖ୍ୟା ଯୁଦ୍ଧରେ ଚାଇନାକୁ ହରାଇବ ଭାରତ

ନୂଆଦିଲ୍ଲୀ,୧୧ ।୭: ବର୍ତ୍ତମାନର ସବୁଠାରୁ ବଡ ସମସ୍ୟା ହେଉଛି ଜନସଂଖ୍ୟା ବିସ୍ଫୋରଣ । ଜନଗଣନା ଅନୁଯାୟୀ, ମାର୍ଚ୍ଚ ୨୦୨୦ସୁଦ୍ଧା ବିଶ୍ୱର ଜନସଂଖ୍ୟା ୭ଅରବ ୮୦ କୋଟି ହୋଇ ସାରିଥିଲେ । ତେବେ ବିଶ୍ୱ ଜନସଂଖ୍ୟାକୁ ୧ ଅରବ ପର୍ଯ୍ୟନ୍ତ ପହଞ୍ଚିବାକୁ ୨୦ ଲକ୍ଷ ବର୍ଷ ସମୟ ଲାଗିଥିବା କୁହାଯାଏ । ହେଲେ ୭ ଅରବ ପହଞ୍ଚିବା ପାଇଁ ମାତ୍ର ୨ଶହ ବର୍ଷ ଲାଗିଛି । ଗତ ୭୭୦ ବର୍ଷରେ ବିଶ୍ୱର ଜନସଂଖ୍ୟା ୩୭ କୋଟିରୁ ବୃଦ୍ଧି ପାଇ ଆଠ ଅରବ ପାଖାପାଖି ହୋଇ ଯାଇଛି । ଏବେ ୧,୪୪,୪୨,୧୬,୧୦୭ ଜନସଂଖ୍ୟା ସହ ଚାଇନା ସବୁଠାରୁ ଆଗରେ ରହିଛି । ଆଉ ଦ୍ୱିତୀୟ ସ୍ଥାନରେ ରହିଛି ଭାରତ । ଏବେ ଭାରତର ଜନସଂଖ୍ୟା ଆନୁମାନିକ ଭାବେ ୧,୩୯,୧୯,୪୨,୫୫୮ ବୋଲି କୁହାଯାଉଛି । ଅନୁମାନ କରାଯାଉଛି କି ୨୦୩୦ ବେଳକୁ ଭାରତ ୧ ଅରବ, ୫୨ କୋଟି ୮୦ଲକ୍ଷ ଜନସଂଖ୍ୟା ସହ ଚାଇନାକୁ ପଛରେ ପକାଇ ଆଗକୁ ଆସିଯିବ । ଚାଇନାର ଭୌଗୋଳିକ କ୍ଷେତ୍ରଫଳ ଭାରତ ଅପେକ୍ଷା ତିନି ଗୁଣା ଅଧିକ । ଏହା ପରେ ବି ଭାରତ ଜନସଂଖ୍ୟା ଯୁଦ୍ଧରେ ଚାଇନାକୁ ପରାସ୍ତ କରିବାକୁ ଯାଉଛି । କିଛି ବର୍ଷ ଧରି ଚାଇନା ଗୋଟିଏ ସନ୍ତାନ ନିୟମ ଲାଗୁ କରି ଜନସଂଖ୍ୟାକୁ ନିୟନ୍ତ୍ରଣକୁ ଆଣିବା ପରେ ଏବେ ୩ ସନ୍ତାନ ନିୟମ ଲାଗୁ କଲାଣି । ଏସିଆରେ ଚାଇନାର ଜନସଂଖ୍ୟା ନୀତି ସବୁଠାରୁ ପ୍ରଭାବଶାଳୀ ବୋଲି କୁହାଯାଏ ।

Share