Categories: ଜାତୀୟ

ବିହାରର ୨ ଜିଲାରେ ଜନସଂଖ୍ୟା ବୃଦ୍ଧି ପୃଥିବୀରେ ସର୍ବାଧିକ, ଭାଜପା ନେତାଙ୍କ ମନ୍ତବ୍ୟ ନେଇ ରାଜନୈତିକ ବିବାଦ…

ପାଟନା,୧୦।୯ : ବିହାରର ଦୁଇଟି ଜିଲାରେ ଜନସଂଖ୍ୟା ବୃଦ୍ଧି ହାରକୁ ନେଇ ବିଭ୍ରାନ୍ତିକର ତଥ୍ୟ ପ୍ରଦାନ କରିଥିବାରୁ ଭାଜପା ରାଜ୍ୟ ମୁଖ୍ୟ ସଞ୍ଜୟ ଜୟସ୍ବାଲଙ୍କୁ ଉପରେ ଜେଡିୟୁ ଘେରିବା ଆରମ୍ଭ କରିଛି। ଏନେଇ ନେଇ ରାଜନୈତିକ ବିବାଦ ଉପୁଜିଛି। ଜେଡିୟୁ କହିଛି ଜୟସ୍ବାଲ ରାଜ୍ୟବାସୀଙ୍କ ମଧ୍ୟରେ ସାମ୍ପ୍ରଦାୟିକ ଘୃଣା ସୃଷ୍ଟି କରିବାକୁ ଚେଷ୍ଟା କରୁଛି। ବାସ୍ତବରେ, ଜୟସ୍ବାଲ ବୁଧବାର ଦାବି କରିଥିଲେ କିଶନଗଞ୍ଜ ଏବଂ ଅରରିଆ ଜିଲାରେ ଜନସଂଖ୍ୟା ବୃଦ୍ଧି ହାର ବିଶ୍ୱରେ ସର୍ବାଧିକ। ଏହା ପଛର କାରଣ ବାଂଲାଦେଶୀ ଅନୁପ୍ରବେଶକାରୀ ବୋଲି ସେ ସୂଚନା ପ୍ରଦାନ କରିଥିଲେ।

ଜେଡିୟୁ ନେତା ନୀରଜ କୁମାର ଏବଂ ଅରବିନ୍ଦ ନିଶାଦ ଏହାର ଉତ୍ତର ଦେଇ କହିଛନ୍ତି ଜୟସ୍ବାଲଙ୍କ ସମେତ ସମସ୍ତ ଭାଜପା ନେତା ରାଜନୈତିକ ଫାଇଦା ପାଇଁ ରାଜ୍ୟରେ ଲୋକଙ୍କ ମଧ୍ୟରେ ସାମ୍ପ୍ରଦାୟିକ ଘୃଣା ସୃଷ୍ଟି କରୁଛନ୍ତି। କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସେପ୍ଟେମ୍ବର ୨୪ରେ ବିହାର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ତେଣୁ ଭାଜପା ନେତାମାନେ ଏଭଳି ଜାଣିଶୁଣି କରୁଛନ୍ତି।

ଜୟସ୍ବାଲ ମିଥ୍ୟା ଏବଂ ବିଭ୍ରାନ୍ତିକର ତଥ୍ୟ ଦେଇଥିବା ଜେଡିୟୁ ନେତା ଦାବି କରିଛନ୍ତି। ଭାରତର ଅନ୍ୟାନ୍ୟ ଜିଲାରେ ଜନସଂଖ୍ୟା ବୃଦ୍ଧି ହାର ଅରରିଆ ଏବଂ କିଶନଗଞ୍ଜ ତୁଳନାରେ ବହୁତ ଅଧିକ। ୨୦୧୧ଜନଗଣନା ଅନୁଯାୟୀ, କିଶନଗଞ୍ଜରେ ୬୭ ପ୍ରତିଶତ ମୁସଲମାନ ଜନସଂଖ୍ୟା ରହିଛି, ଯାହା ବିହାରର ସମସ୍ତ ଜିଲା ମଧ୍ୟରେ ସର୍ବୋଚ୍ଚ। ଏହା ପଛକୁ ଅରରିୟା ରହିଛି। ସେଠାରେ ମୁସଲମାନ ଜନସଂଖ୍ୟା ୪୩ ପ୍ରତିଶତ ରହିଛି।

Share