Categories: ଜାତୀୟ

ମମତାଙ୍କ ଗଡରେ ଗର୍ଜିଲେ ଶାହା

କୋଲକାତା,୧୮ ।୨: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ସେଠାରେ ରାଜନୈତିକ ନାରା ବେଳକୁ ବେଲ ବଢି ବଢି ଚାଲିଛି । ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯାଇଥିବା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ନାମଖାନାରେ ଏକ ରାଲିକୁ ସମ୍ବୋଧନ କରିଛନ୍ତି । ଏହି ସମୟରେ ସେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ଖୁବ୍ ବର୍ଷିଛନ୍ତି । ସେ କହିଛନ୍ତି ଜୟ ଶ୍ରୀରାମ କହିଲେ ଦିଦି କହୁଛନ୍ତି ତାଙ୍କର ଅପମାନ ହେଉଛି । ମମତାଙ୍କ ଦଳ ତ୍ରୁଣମୂଳ କଂଗ୍ରେସ(ଟିଏମ୍‌ସି)କୁ ଆକ୍ଷେପ କରି ଶାହା ଜୟ ଶ୍ରୀରାମ ନାରା ଦେଇଛନ୍ତି । ସେ କହିଛନ୍ତି ଏହା ହେଉଛି ଆମ ଯାତ୍ରାର ପ୍ରତିକ । ଆମେ ସଂକଳ୍ପ କରୁଛୁ କି ପଶ୍ଚିମବଙ୍ଗରେ ଟିଏମ୍‌ସିକୁ ମୂଳପୋଛ କରିବୁ । ଆମର ଲକ୍ଷ୍ୟ ନୁହେଁ ସରକାରରେ ପରିବର୍ତ୍ତନ ଆଣିବା, ଆମର ଲକ୍ଷ୍ୟ ଗରିବ ଜନତାଙ୍କ ସ୍ଥିତିରେ ସୁଧାର ଆଣିବା । ପଶ୍ଚିମବଙ୍ଗର ମା-ଭଉଣୀଙ୍କ ସ୍ଥିତିରେ ସୁଧାର ଆଣିବା । ସେଥିପାଇଁ ଆମେ ପରିବର୍ତ୍ତନ ଯାତ୍ରା ନେଇ ଆସିଛୁ । ତେବେ ତାଙ୍କ ସରକାର ଆସିଲେ ମତ୍ସଜୀବୀଙ୍କୁ ପ୍ରତିବର୍ଷ ୬ହଜାର ଟଙ୍କା ଦିଆଯିବ । ଯେଉଁଭଳି ଭାବେ କିଷାନ ସମ୍ମାନ ନିଧି ମିଳୁଛି । ସେହିପରି ଭାଜପା ସରକାର ଗଠନ କଲେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ମିଳିବ ବୋଲି ମଧ୍ୟ ଶାହା କହିଛନ୍ତି ।

Share