ଓ୍ବାଶିଂଟନ,୫।୪ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପଙ୍କ ଓକିଲମାନଙ୍କୁ ଆଇନଗତ ଫି ବାବଦରେ ଲକ୍ଷେ ୨୦ ହଜାର ଡଲାରରୁ ଅଧିକ (ପ୍ରାୟ ୧ କୋଟି ଟଙ୍କା) ଦେବାକୁ କାଲିଫର୍ନିଆର ଏକ ଫେଡେରାଲ ଅପିଲ କୋର୍ଟଙ୍କ ଦ୍ୱାରା ବୟସ୍କ ଚଳଚ୍ଚିତ୍ର ତାରକା ଷ୍ଟର୍ମୀ ଡାନିଏଲ୍ସଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
କାଲିଫର୍ନିଆର ଏକ କୋର୍ଟ ବୟସ୍କଙ୍କ ଚଳଚ୍ଚିତ୍ର ତାରକା ଷ୍ଟର୍ମୀ ଡାନିଏଲ୍ସଙ୍କୁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଓକିଲମାନଙ୍କୁ ଆଇନଗତ ଫି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ମଙ୍ଗଳବାର (ସ୍ଥାନୀୟ ସମୟ) ଆମେରିକାର ୯ମମ ସର୍କିଟ କୋର୍ଟ ଅଫ ଅପିଲ୍ସ ଡାନିଏଲ୍ସଙ୍କୁ ଟ୍ରମ୍ପଙ୍କ ଓକିଲମାନଙ୍କୁ ଆଇନଗତ ଫି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଚୁପ ରହିବା ପାଇଁ ଗୁପ୍ତ ଭାବରେ ପର୍ନ ତାରକା ଷ୍ଟର୍ମୀ ଡାନିଏଲ୍ସଙ୍କୁ ଦେୟ ପ୍ରଦାନ ଅଭିଯୋଗ ସହ ଜଡିତ ମାମଲା ସାମ୍ନାକୁ ଆସିଛି। ଟ୍ରମ୍ପଙ୍କ ବିରୋଧରେ ପ୍ରାୟ ୩୪ ଟି ଅଭିଯୋଗ ଆସିଛି। ଏହା ସହିତ ତାଙ୍କ ଉପରେ ୧.୨୨ ଲକ୍ଷ ଡଲାର ଜରିମାନା ମଧ୍ୟ ଲାଗୁ କରାଯାଇଛି।
ଷ୍ଟର୍ମୀ ଡାନିଏଲ୍ସ ଜଣେ ଆମେରିକୀୟ ପର୍ନ ଷ୍ଟାର ଯିଏ ବୟସ୍କଙ୍କ ଚଳଚ୍ଚିତ୍ରରେ କାମ କରନ୍ତି। ଯେତେବେଳେ ସେ ଡୋନାଲ୍ଡ ଟ୍ରମ୍ପ ତାଙ୍କ ସହ ଯୌନ ସମ୍ପର୍କ ରଖିଥିବାର ଅଭିଯୋଗ କରିଥିଲେ ସେତେବେଳେ ଷ୍ଟର୍ମୀ ଲାଇମଲାଇଟକୁ ଆସିଥିଲେ। ପର୍ନ ଷ୍ଟାର ତାଙ୍କ ପୁସ୍ତକ ‘ଫୁଲ ଡିସକ୍ଳୋଜର’ରେ ଏହା ପ୍ରକାଶ କରିଥିଲେ। ଷ୍ଟର୍ମୀ ୪ ଥର ବିବାହ କରିଛନ୍ତି ଏବଂ ତାଙ୍କର ଜଣେ ଝିଅ ମଧ୍ୟ ଅଛନ୍ତି।