Categories: ଜାତୀୟ

ହାଇକୋର୍ଟରେ ଅନଲାଇନ ଶୁଣାଣି ସମୟରେ ପର୍ନ ଭିଡିଓ, ଅଧାରେ ବନ୍ଦ ହେଲା ବିଚାର…

ବେଙ୍ଗାଲୁରୁ,୬।୧୨ : ଅନଲାଇନ ଶୁଣାଣି ସମୟରେ ପର୍ନ ଭିଡିଓ ଚାଲିବା ଖେଳାଯିବା କାରଣରୁ କର୍ନାଟକ ହାଇକୋର୍ଟ ଏହି ସୁବିଧାକୁ କିଛି ସମୟ ପାଇଁ ସ୍ଥଗିତ ରଖିଛନ୍ତି। ରିପୋର୍ଟ ଅନୁଯାୟୀ, କିଛି ହ୍ୟାକର ହାଇକୋର୍ଟ ସର୍ଭର ହ୍ୟାକ କରି ପର୍ନ ଭିଡିଓ ପ୍ରସାରିତ କରିଥିଲା, ଯାହାକି ୬ଟି ଭିନ୍ନ କୋର୍ଟ ରୁମରେ ସେଖାଯାଇଥିଲା।

ରିପୋର୍ଟ ଅନୁଯାୟୀ, ଏହି ଘଟଣା ସୋମବାର ୪ ଡିସେମ୍ବର ୨୦୨୩ ଅପରାହ୍ନରେ ଘଟିଥିଲା ଯେତେବେଳେ କୋର୍ଟର ଶୁଣାଣି ଚାଲିଥିଲା। ଏହି ସମୟରେ, ହ୍ୟାକର କୋର୍ଟର ଅନଲାଇନ ଶୁଣାଣି ପ୍ଲାଟଫର୍ମ ଜୁମର ଏକ ସର୍ଭରକୁ ହ୍ୟାକ କରି ଏଥିରେ ଏକ ଅଶ୍ଳୀଳ ଭିଡିଓ ଚାଲୁ କରିଥିଲେ। ପରଦିନ ଯେତେବେଳେ କୋର୍ଟ କର୍ମଚାରୀମାନେ ଅନଲାଇନ କନଫରେନ୍ସିଂ ଆରମ୍ଭ କରିବାକୁ ଚାହିଁଲେ, ପୁନର୍ବାର ଅଶ୍ଳୀଳ ଭିଡିଓ ଚଳାଇବାକୁ ଚେଷ୍ଟା କରାଯାଇଥିଲା। ଏହା ପରେ ଭିଡିଓ କନଫରେନ୍ସିଂ ସୁବିଧା ସ୍ଥଗିତ ରଖିବାକୁ କୋର୍ଟ ନିଷ୍ପତ୍ତି ନେଇଥିଲେ। ଅନଲାଇନ ଶୁଣାଣି ପାଇଁ କର୍ନାଟକ ହାଇକୋର୍ଟ ଚାଇନିଜ କମ୍ପାନୀ ଜୁମ ବ୍ୟବହାର କରନ୍ତି ।

ଏହି ପ୍ରସଙ୍ଗରେ କର୍ନାଟକ ହାଇକୋର୍ଟର ମୁଖ୍ୟ ବିଚାରପତି ପ୍ରସନ୍ନ ବି ଭାରାଲେ କହିଛନ୍ତି ଏକ ଗୁରୁତର ସମସ୍ୟା ଉପୁଜିଛି। ଆମେ ଲାଇଭଷ୍ଟ୍ରିମିଂ ଏବଂ ଭିଡିଓ କନଫରେନ୍ସିଂକୁ ସ୍ଥଗିତ କରୁଛୁ। ଟେକ୍ନୋଲୋଜିର ଅପବ୍ୟବହାର କରି କିଛି ଭୁଲ କରାଯାଉଛି। କର୍ନାଟକ ହାଇକୋର୍ଟ ସର୍ବଦା ଲୋକଙ୍କ ଉନ୍ନତି ପାଇଁ ଟେକ୍ନୋଲୋଜି ବ୍ୟବହାରକୁ ସମର୍ଥନ କରିଥାନ୍ତି। କିନ୍ତୁ, ଏହି ପରିସ୍ଥିତି ଯୋଗୁଁ ଆମକୁ ଏହି ସୁବିଧା ବନ୍ଦ କରିବାକୁ ନିଷ୍ପତ୍ତି ନେବାକୁ ପଡିବ ।

କର୍ନାଟକ ହାଇକୋର୍ଟ ବର୍ତ୍ତମାନ ଏହି ଘଟଣାରେ ଏଫଆଇଆର୍‌ ପଞ୍ଜିକରଣ କରିଛନ୍ତି। ଅଶ୍ଳୀଳ ବିଷୟବସ୍ତୁ ଚଳାଇବା ଏବଂ ଆଇଟି ଆକ୍ଟ ୨୦୦୦ଉଲ୍ଲଂଘନ ଅଭିଯୋଗରେ କର୍ନାଟକ ପୋଲିସ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛି। ପୋଲିସ କହିଛି ଏହି ପର୍ନ କେଉଁଠାରୁ ଷ୍ଟ୍ରିମ ହୋଇଥିଲା ସେମାନେ ଆଇପି ଠିକଣା ଆବିଷ୍କାର କରିଛନ୍ତି।

 

Share