ସୋସିଆଲ ମିଡିଆରେ ମା’ ଦୁର୍ଗାଙ୍କୁ ଅଶ୍ଳୀଳ ମନ୍ତବ୍ୟ: ଶହୀଦନଗର ଥାନାରେ ଅଭିଯୋଗ

ଭୁବନେଶ୍ୱର,୨୧ା୯(ବ୍ୟୁରୋ): ମା’ଦୁର୍ଗା ଏବଂ ଲକ୍ଷ୍ମୀଙ୍କ ନାମରେ ଅଶ୍ଳୀଳ ମନ୍ତବ୍ୟ ଥିବା ଏକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହାକୁ ନେଇ ଏବେ ସାରା ରାଜ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏପରିକି ଏହି ମାମଲାକୁ ନେଇ କଟକରେ ମଧ୍ୟ ଅଭିଯୋଗ ହୋଇଛି। ଶେଷରେ ଏଭଳି ଧର୍ମିକ ଭାବନାକୁ ଆଘାତ ଦେଇ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ରୁଦ୍ରସେନା ସଙ୍ଗଠନ ପକ୍ଷରୁ ଶହୀଦନଗର ଥାନାରେ ଅଭିଯୋଗ ହୋଇଛି। ଏ ନେଇ ସଦସ୍ୟମାନେ ଥାନାକୁ ଯାଇ ଥାନା ଅଧିକାରୀଙ୍କୁ ଏହି ଅଭିଯୋଗ ଦେଇଛନ୍ତି। ତେଣୁ ଏଭଳି ମନ୍ତବ୍ୟ ଦେଇଥିବା ଯୁବକଙ୍କ ବିରୋଧରେ ଦୁଢ କାର୍ଯ୍ୟାନୁଷ୍ଠାନ ନେବାକୁ ସଂଗଠନ ଦାବି କରିଛି। ଏଭଳି ପୋଷ୍ଟ ସମସ୍ତ ହିନ୍ଦୁ ଧର୍ମ ବିଶ୍ୱାସୀଙ୍କ ପ୍ରତି କୁଠାରଘାତ ହୋଇଥିବା ସଙ୍ଗଠନ କହିଛି। ଏହାସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମଧ୍ୟ ସଙ୍ଗଠନ ପୋଲିସକୁ ଏକ ଦାବିପତ୍ର ଦେଇଛି।

Share